thelifelinemedia
Latest Odisha News, Breaking News Today

ବିହାରରେ ନୀତିଶ ଯୁଗ: ରେକର୍ଡ ଦଶମ ଥର ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ

ପାଟନା: ରେକର୍ଡ ଦଶମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଜେଡିୟୁ ସୁପ୍ରିମୋ ନୀତୀଶ କୁମାର । ପାଟନାର ଗାନ୍ଧୀ ମଇଦାନରେ ଆ‌‌ୟୋଜିତ ଉତ୍ସବରେ ରାଜ୍ୟପାଳ ଆରିଫ୍‌ ମହମ୍ମଦ ଖାନ, ନୀତୀଶଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

ସେହିପରି ବିଜେପି ନେତା ସମ୍ରାଟ ଚୌଧାରୀ ଓ ବିଜୟ ସିହ୍ନା ଦ୍ବିତୀୟ ଥର ପାଇଁ ନୀତୀଶଙ୍କ ସରକାରରେ ସାମିଲ ହୋଇଛନ୍ତି। ଉଭୟ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ମୋଟ ୨୪ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି।

ଏଥିରେ ବିଜେପିର ୧୪, ଜେଡିୟୁର ୮ ମନ୍ତ୍ରୀ ସାମିଲ ହୋଇଛନ୍ତି।ମୋଟ୍‌ ୯ ଜଣ ନୂଆ‌ ଚେହେରାଙ୍କୁ ଏଥର ମନ୍ତ୍ରିମଣ୍ଡଳରେ ସୁଯୋଗ ମିଳିଛି। ନୀତୀଶଙ୍କ କ୍ୟାବିନେଟ୍‌ରେ କେବଳ ଜଣେ ମୁସଲମାନ ସଦସ୍ୟ ଅଛନ୍ତି।

Leave A Reply

Your email address will not be published.