ପ୍ରାର୍ଥୀ ଚୟନରେ ଭୁଲ ରହିଲା: ନୂଆପଡ଼ା ପରାଜୟକୁ ନେଇ ଭୂପିନ୍ଦରଙ୍କ ତେରେଛା ବାଣ
ଭୁବନେଶ୍ୱର: ନୂଆପଡ଼ା ପରାଜୟକୁ ନେଇ ବରିଷ୍ଠ ନେତା ଭୂପିନ୍ଦର ସିଂଙ୍କ ବଡ଼ ବୟାନ। ପ୍ରାର୍ଥୀ ଚୟନ ଭୁଲ ରହିଲା, ରାଜୁ ଢୋଲକିଆଙ୍କ ସହାନୁଭୂତି ଗଲା ବିଜେପିକୁ, ଏହି କଥା କହିଛନ୍ତି ବିଜେଡ଼ି ବରିଷ୍ଠ ନେତା ଭୂପିନ୍ଦର ସିଂ। କହିଛନ୍ତି, କଂଗ୍ରେସ ଦଳ ବହୁ ଆଗରୁ ଘାସିରାମଙ୍କୁ ପ୍ରାର୍ଥୀ କଲା, ଆମର ଡେରି ହେଲା। ସେଥିପାଇଁ ବିଜେଡି ଉପରେ ତାଙ୍କ ପରିବାରକୁ ବିଶ୍ବାସ ଆସିଲାନି । ତେଣୁ ଜୟ ଢୋଲକିଆ ବିଜେପି ପଳାଇଲେ ବୋଲି ଭୂପିନ୍ଦର ସିଂ କହିଛନ୍ତି। ଯେଉଁ ୮୦ ନେତାଙ୍କୁ ଦାୟିତ୍ଵ ଦେଇଥିଲା ବିଜେଡି ସେଥିରେ ମୋ ନାଁ ନଥିଲା। ନୂଆପଡ଼ାରେ ପ୍ରଚାର ହେଇଗଲା ଯେ ବିଜେଡି ଚାହୁଁଛି ଯେ ବିଜେପି ଜିତୁ। କାହିଁକି ନୂଆପଡ଼ାରେ ଏ ପ୍ରଚାର ହେଲା ମୁଁ ଜାଣିନାହିଁ ବୋଲି ଭୂପିନ୍ଦର କହିଛନ୍ତି।
ଏହା ତାଙ୍କ ପ୍ରତି ଅପମାନ, ନବୀନ ବାବୁଙ୍କୁ ନେବାର ଆବଶ୍ୟକତା ନଥିଲା ବୋଲି ବରିଷ୍ଠ ବିଜେଡି ନେତା ଭୂପିନ୍ଦର କହିଛନ୍ତି।