ମାଡ଼ି ଆସୁଛି ଲଘୁଚାପ: ଶୀତ ଦିନେ ଭିଜିବ ଓଡିଶା
ଭୁବନେଶ୍ୱର: ବଙ୍ଗୋପସାଗରରୁ ପୁଣି ମାଡ଼ି ଆସୁଛି ଆଉ ଏକ ଲଘୁଚାପ। ଆସନ୍ତା ଶନିବାର ଅର୍ଥାତ୍ ୨୨ ତାରିଖ ବେଳକୁ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ ରାଜ୍ୟରେ ପାଗ କୋହଲା ରହିବା ସହିତ ଅଳ୍ପରୁ ମଧ୍ଯମ ଧରଣର ବର୍ଷା ହେବା ନେଇ ଅନୁମାନ କରାଯାଇଅଛି।
ଏପରିକି ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ପୂର୍ବାନୁମାନ ଥିବାରୁ ବାତ୍ୟାକୁ ନେଇ ବି ଘନେଇଲାଣି ଆଶଙ୍କା। ଯଦିଓ ପାଣିପାଗ ବିଭାଗ ବାତ୍ୟା ସଂପର୍କରେ ସ୍ପଷ୍ଟ କରିନି, ହେଲେ ଶୀତଦିନ ସାଙ୍ଗକୁ ଅମଳ ସମୟରେ ସମ୍ଭାବ୍ୟ ଲଘୁଚାପ ବର୍ଷା ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି।