thelifelinemedia
Latest Odisha News, Breaking News Today

ସିଇସିକୁ ମମତାଙ୍କ SIR ଚିଠି: ତେଜିଲା ରାଜନୀତି

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଚିଠି ଲେଖିଛନ୍ତି। SIRକୁ ନେଇ ଆପତ୍ତି ଉଠାଇ ମୁଁ ଲେଖିବାକୁ ବାଧ୍ୟ ହେଉଛି ଲେଖିଲେ। ଅଧିକାରୀ ଓ ନାଗରିକଙ୍କ ଉପରେ ଏହି କାର୍ଯ୍ୟ ଜୋର୍‌ କରି ଲଦା ଯାଉଛି।

ଏହା ବିନା ଯୋଜନାରେ ଓ ବିଶୃଙ୍ଖଳିତ ଭାବେ କରାଯାଉଛି। ବିପଦପୂର୍ଣ୍ଣ’ ନ୍ୟୁନତମ ପ୍ରସ୍ତୁତି, ଉଚିତ ଯୋଜନା, ସ୍ପଷ୍ଟ ଯୋଗାଯୋଗର ଅଭାବ ରହିଛି। ଟ୍ରେନିଂର ଗୁରୁତର ଅଭାବ, ବାଧ୍ୟତାମୂଳକ ଦସ୍ତାବିଜ୍ ନେଇ ଅସ୍ପଷ୍ଟତା ରହିଛି । ଜୀବିକା ସମୟ ମଧ୍ୟରେ ଭେଟିବାର କାର୍ଯ୍ୟକ୍ରମ ମୌଳିକ ଭାବେ ତ୍ରୁଟିପୂର୍ଣ୍ଣ ବର୍ତ୍ତମାନର ପଦ୍ଧତି ଓ ସମୟସୀମାକୁ ପୁନର୍ବିଚାର କରିବାକୁ ଅନୁରୋଧ କରିଛନ୍ତି ମମତା ବାନାର୍ଜୀ।

Leave A Reply

Your email address will not be published.