ଜିଲ୍ଲା ବାହାରକୁ ବଦଳି କ୍ଷେତ୍ରରେ ବିଭାଗୀୟ ଅଧିକାରୀଙ୍କ ଅହେତୁକ ବିଳମ୍ବତା
ଭୁବନେଶ୍ୱର: ରାଜ୍ୟ ସରକାର ଙ୍କର Lt number 14594/ Date28/05/2025 ଅନୁସାରେ ରାଜ୍ୟରେ ଅନେକ ଦୁରାରୋଗ୍ୟ ରେ ପ୍ରପୀଡ଼ିତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଦିବ୍ୟାଙ୍ଗ ଶିକ୍ଷକ ଶିକ୍ଷୟିତ୍ରୀ ଯେଉଁମାନେ କି ଘର ଠାରୁ 200 ରୁ 300 କିଲୋମିଟର ଦୂରରେ ଚାକିରୀ କରନ୍ତି ବଦଳି ଆବେଦନ କରିଥିଲେ l ସେମାନଙ୍କର ମେଡିକାଲ ଯାଞ୍ଚ ର ପ୍ରକ୍ରିୟା ରାଜ୍ୟର ବିଭିନ୍ନ ମେଡିକାଲ ବୋର୍ଡ ଠାରେ ଅକ୍ଟୋବର 4 ତାରିଖ ସୁଦ୍ଧା ସମାପ୍ତ ହେଇ ସାରିଛି ରାଜ୍ୟ ସ୍ତରୀୟ ବଦଳି କମିଟି ଅକ୍ଟୋବର 13 ତାରିଖ ରେ ହେଇଥିଲା ।ଶିକ୍ଷକ ଶିକ୍ଷୟିତ୍ରୀ ମାନେ ନିଜ ଆବଶ୍ୟକ ମୁତାବକ ଜିଲ୍ଲା ଚୟନ ଗତ 25/10/2025 ରୁ 27/10/2025 ମଧ୍ୟରେ କରିଥିଲେ । ଜିଲ୍ଲା ବଦଳି କାର୍ଯ୍ୟକ୍ରମର ସମସ୍ତ ପ୍ରକ୍ରିୟା ସରିବାର 15 ଦିନ ବିତି ଯାଇଥିଲେ ସୁଦ୍ଧା order ବାହାର କରିବା ପାଇଁ ସରକାର ଙ୍କର ବୈମାତୃକ ମନୋଭାବ ଅନୁଭବ ହେଉଛି । ଇତିମଧ୍ୟରେ ବଦଳି ନିର୍ଦେଶନାମା ବାହାରିବା ତାରିଖକୁ ସାତ ମାସ ବିତି ସାରିଛି । ଯାହାଦ୍ୱାରା ଆବେଦନ କରିଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମାନସିକ ନିର୍ଯାତନା ର ଶିକାର ହେଉଛନ୍ତି ।
ଦୁରାରୋଗ୍ୟ ରେ ଥିବା ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ଯେଉଁମାନେ ଭୁବନେଶ୍ୱର କୁ ନିଜ କର୍ମକ୍ଷେତ୍ର ରୁ ବହୁଦୂର ରୁ ଆସି ନିଜର ଚିକିତ୍ସା କରାଉଛନ୍ତି, ବଦଳି କ୍ଷେତ୍ରରେ ସରକାର ଙ୍କର ଏହି ଅବହେଳା ପାଇଁ ଯଦି ମୃତ୍ୟୁ ବରଣ କରନ୍ତି, ଏଥିପାଇଁ ରାଜ୍ୟ ସରକାର ଏବଂ ଶିକ୍ଷା ବିଭାଗ ଦାୟୀ ରହିବେ ବୋଲି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଙ୍ଘ ସଭାପତି ବ୍ରହ୍ମାନନ୍ଦ ମହାରଣା ସରକାର ଙ୍କୁ ଚେତାବନୀ ଦେଇଛନ୍ତି l ସରକାର ଏହି ଦିଗରେ ତତ୍ପରତା ପ୍ରକାଶ କରିବା ପାଇଁ ସଙ୍ଘ ଦାବି କରିଛି।