ଆଜି ଚାଷୀଙ୍କୁ ଖାତାକୁ ଆସିବ ପିଏମ୍ କିଷାନ ଟଙ୍କା
ନୂଆଦିଲ୍ଲୀ: ଆଜି ଦେଶର ଚାଷୀଙ୍କୁ ଖାତାକୁ ଆସିବ ପିଏମ୍ କିଷାନ ଟଙ୍କା। ପିଏମ୍ କିଷାନ ଯୋଜନାର 21 ତମ କିସ୍ତି ଆଜି ମିଳିବ। 9 କୋଟି ଚାଷୀଙ୍କୁ 18 ହଜାର କୋଟି ଟଙ୍କା ପଠାଇବେ ପ୍ରଧାନମନ୍ତ୍ରୀ ।
ତାମିଲନାଡୁ କୋଏମ୍ବାଟୁରରେ କୃଷି ଶିଖର ସମ୍ମିଳନ ଉଦଘାଟନ କରି ଦେଶର ଚାଷୀଙ୍କୁ ମୋଦି ଦେବେ ଭେଟି ।ଆମ ଚାଷ, ଆମ ଚାଷୀ ଏବଂ କେନ୍ଦ୍ର ସରକାରଙ୍କ ଯୋଜନା ହେଉଛି ସଫଳ।
ଖୁସି ବ୍ୟକ୍ତ କରୁଛନ୍ତି ଚାଷୀ। ଆଉ ରହିବ ନାହିଁ ରାଜ୍ୟରେ ଚାଷୀଙ୍କର କୌଣସି ସମସ୍ୟା। ଯାହାକୁ ଦୃଷ୍ଟିରେ ରଖି ଏଭଳି ପ୍ରୟାସ ଜାରି କରିଛନ୍ତି କେନ୍ଦ୍ର ସରକାର।
ଚାଷୀ ମାନେ ହେଉଛନ୍ତି ଅର୍ଥନୀତିରେ ନାଭିକେନ୍ଦ୍ର। ଅର୍ଥନୀତିର ମେରୁଦଣ୍ଡ। ତେଣୁ ସେମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ଦେବାକୁ ଯାଇ କେନ୍ଦ୍ର ସରକାରଙ୍କ ତରଫରୁ ଏହି ଯୋଜନା କରାଯାଇଛି।