thelifelinemedia
Latest Odisha News, Breaking News Today

ଆସନ୍ତାକାଲି ନୀତୀଶଙ୍କ ଶପଥ ଉତ୍ସବ:ଐତିହାସିକ ଗାନ୍ଧି ମୈଦାନରେ ହେବ ଶପଥ ସମାରୋହ

ପାଟନା: ଆସନ୍ତାକାଲି ଦିନ ୧୧ଟା ୩୦ରେ ଶପଥ ନେବେ ନୀତୀଶ କୁମାର। ଐତିହାସିକ ଗାନ୍ଧି ମୈଦାନରେ ହେବ ଶପଥ ସମାରୋହ ଉତ୍ସବ। ଦଶମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତୀଶ।ପାଟନାର ଗାନ୍ଧୀ ମଇଦାନରେ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ। ଦୁଇ ଦିନ ତଳେ ଇସ୍ତଫା ଦେଇଥିଲେ ନୀତୀଶ କୁମାର। ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେଇଥିଲେ ନୀତୀଶ କୁମାର। ବିହାରରେ ପୁଣି ସରକାର ଗଠନ ପାଇଁ ଜୋର୍‌ଦାର ଚାଲିଛି ପ୍ରସ୍ତୁତି।

ଏଥର କ୍ୟାବିନେଟରେ ଉଭୟ ଜେଡିୟୁ ଓ ବିଜେପିକୁ ସମାନ ମନ୍ତ୍ରୀପଦ ମିଳିପାରେ। ଜେଡିୟୁ ନେତା ନୀତୀଶ କୁମାର ପୁଣି ମୁଖ୍ୟମନ୍ତ୍ରୀ ପଦ ବଜାୟ ଖିବାକୁ ଥିବାବେଳେ ଭାଜପାକୁ ୧୫ରୁ ୧୬ ମନ୍ତ୍ରୀ ପଦ ମିଳିପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଜେଡିୟୁରୁ ୧୪ ଜଣ ମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.