thelifelinemedia
Latest Odisha News, Breaking News Today

ସୁଶୀଲ ମେହେର ବରଗଡ଼ ଧନୁଯାତ୍ରା କଂସ

ବରଗଡ଼: ବହୁ କଳ୍ପନା ଜଳ୍ପନାର ଅନ୍ତ ହୋଇଛି। ଶେଷରେ ବରଗଡ଼ ଧନୁଯାତ୍ରାର କଂସ ମହାରାଜଙ୍କ ଚରିତ୍ର ପାଇଁ ନାମ ଚୟନ ହୋଇଛି। ଭେଡେନ୍‌ର ସୁଶୀଲ ମେହେର ହେବେ କଂସ। ୨୦୨୫-୨୬ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିବେ ସୁଶୀଲ।ସୁଶୀଲ ମେହେରଙ୍କ ନାଁ ଘୋଷଣା କଲେ ଅତିରିକ୍ତ ଜିଲ୍ଲାପାଳ।୩୬ ଜଣ କଳାକାରଙ୍କୁ ପଛରେ ପକାଇ କଂସ ଚରିତ୍ର ପାଇଁ ଚୟନ ହୋଇଛନ୍ତି ସୁଶୀଲ। ଆଗାମୀ ୩ ବର୍ଷ ଯାଏଁ ସୁଶୀଲ କଂସ ଚରିତ୍ରରେ ଅଭିନୟ କରିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.