thelifelinemedia
Latest Odisha News, Breaking News Today

ହ୍ୟୁମାନ ସାଗରଙ୍କ ଅଵସ୍ଥା ସଙ୍କଟାପନ୍ନ:ହାଇ ଭେଣ୍ଟିଲେଟର ସପୋର୍ଟରେ ଚିକିତ୍ସାଧୀନ

ଭୁବନେଶ୍ୱର: ଓଲିଉଡ୍ କଣ୍ଠିଶିଳ୍ପୀ ହ୍ୟୁମାନ ସାଗରଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏ ନେଇ ବୁଲେଟିନ୍‌ ଜାରି କରି ସୂଚନା ଦେଲା ଭୁବନେଶ୍ବର ଏମ୍‌ସ। ଏକାଧିକ ଅଙ୍ଗ କାମ କରୁନି, ହାଇ ଭେଣ୍ଟିଲେଟର ସପୋର୍ଟରେ ଚିକିତ୍ସାଧୀନ ଅଛନ୍ତି ହ୍ୟୁମାନ ସାଗର। କିଡନି ଓ ଲିଭର୍ ଜନିତ ସମସ୍ୟା ଯୋଗୁଁ ସେ ପ୍ରଥମେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଏବେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତରିତ ହୋଇଛନ୍ତି।

ହ୍ୟୁମାନଙ୍କ ମା କହିଛନ୍ତି ପୁଅର ସ୍ୱାସ୍ଥ୍ୟବସ୍ଥା ଠିକ୍ ନାହିଁ। ଆଗାମୀ 72 ଘଣ୍ଟା ତାଂକ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏମ୍ସରେ ଆଡମିଟ ହେଲା ପରଠୁ ତାଙ୍କର କିଛି ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ହେଉନି। ଶରୀରର ଏକାଧିକ ଅଙ୍ଗ କାମ କରୁନି। ତେଣୁ 72 ଘଣ୍ଟା ପରେ ଯାହା କିଛି ପରିବାର ଲୋକେ ନିଷ୍ପତ୍ତି ନେବେ। ରାଜ୍ୟ ବାହାରକୁ ନେବା ପାଇଁ ଚିନ୍ତା କରିପାରୁ ବୋଲି ହ୍ୟୁମାନଙ୍କ ମା କହିଛନ୍ତି।

Leave A Reply

Your email address will not be published.