thelifelinemedia
Latest Odisha News, Breaking News Today

ଜାମ୍ମୁକାଶ୍ମୀର ନୌଗାମ ଥାନାରେ ବଡ଼ ବିସ୍ଫୋରଣ: 9 ମୃତ 30 ରୁ ଅଧିକ ଆହତ

ଶ୍ରୀନଗର:ଜାମ୍ମୁକାଶ୍ମୀର ନୌଗାମ ଥାନାରେ ବଡ଼ ବିସ୍ଫୋରଣ ହୋଇଛି। ଗତକାଲି ରାତିରେ ଘଟିଛି ଭୟାନକ ବିସ୍ଫୋରଣ।ବିସ୍ଫୋରଣରେ ଉଡ଼ିଗଲା ଥାନା, 9ଜଣ ମୃତ।ବିସ୍ଫୋରଣରେ ବହୁ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ଯାଇଛି ଜୀବନ। 30ରୁ ଅଧିକ ଆହତ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ବଡ଼ ବଡ଼ ଆତଙ୍କୀ ନେଟଓ୍ୱାର୍କର ପର୍ଦ୍ଦାଫାସ କରିଥିଲା ନୌଗାମ ପୋଲିସ। ସାରା ଦେଶରେ ଚର୍ଚ୍ଚାରେ ଥିଲା ନୌଗାମ ଥାନା ପୋଲିସ। ଫରିଦାବାଦରୁ ଜବତ ବିସ୍ଫୋରକ ନୌଗାମ ଥାନାରେ ରଖାଯାଇଥିଲା। ପୋଲିସ ଓ ଫେରନ୍ସିକ ଟିମ୍ ଯାଞ୍ଚ କଲା ବେଳେ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣରେ ଥାନା ସମେତ ପାଖରେ ଥିବା ଅନେକ ଘର ଉଡ଼ିଯାଇଥିବା ସୂଚନା। ତେବେ ବିସ୍ଫୋରଣ କେମିତି ଓ କେଉଁ ପରିସ୍ଥିତିରେ ଘଟିଲା ତଦନ୍ତ ଚାଲିଛି।

Leave A Reply

Your email address will not be published.