thelifelinemedia
Latest Odisha News, Breaking News Today

ଦାରିଙ୍ଗବାଡ଼ି ସବୁଠୁ ଥଣ୍ଡା ସହର:ଧୀରେ ଧୀରେ ବଢୁଛି ଶୀତ

ଭୁବନେଶ୍ୱର: ଧୀରେ ଧୀରେ ରାଜ୍ୟରେ ବଢୁଛି ଶୀତ। ପାରଦ ଖସିବା ସହିତ ଥଣ୍ଡା ବଢ଼ିବାରେ ଲାଗିଛି। ୧୦ ଡିଗ୍ରୀ ତଳେ କନ୍ଧମାଳ ଜିଲ୍ଲାର ୨ ସହର ରହିଛି। ୮ ଡିଗ୍ରୀ ସହ ଦାରିଙ୍ଗବାଡ଼ି ସବୁଠୁ ଥଣ୍ଡା ସହର ପାଲଟିଥିବା ବେଳେ ଫୁଲବାଣୀ ତାପମାତ୍ରାରେ ୯.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି କଟକରେ ୧୪.୪ ଡିଗ୍ରୀ, ଭୁବନେଶ୍ବରରେ ତାପମାତ୍ରା ୧୪.୮ ଡିଗ୍ରୀ ରେକର୍ଡ କରାଯାଇଛି।

ଆଗକୁ ଶୀତ ବଢିବା ନେଇ ଅନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଆଗକୁ ରାତି ତାପମାତ୍ରା ଆହୁରି କମିବ ବୋଲି ପାଣିପାଗ ବିଭାଗ କହିଛି। ଦିନ ତାପମାତ୍ରା ସ୍ଵାଭାବିକ ରହିଥିବା ବେଳେ ରାତି ତାପମାତ୍ରାରେ ହ୍ରାସ ହେବା ନେଇ ଅନୁମାନ କରିଛି ପାଣିପାଗ ବିଭାଗ।

Leave A Reply

Your email address will not be published.