thelifelinemedia
Latest Odisha News, Breaking News Today

ଖସୁଛି ନବୀନଙ୍କ କ୍ରେଜ୍: ବଢୁଛି ମୋହନଙ୍କ ଲୋକପ୍ରିୟ

 

ନୂଆପଡ଼ା: ନୂଆପଡ଼ାରେ ବିଜେପିର ବିପୁଳ ବିଜୟ ପରେ ନବୀନ ବ୍ରାଣ୍ଡକୁ ନେଇ ଉଠିଛି ପ୍ରଶ୍ନ। ନୂଆପଡ଼ା ବାସୀ ବିଜେଡିକୁ ପ୍ରତ୍ୟାଖାନ କରିବା ପରେ ନବୀନ ପଟ୍ଟନାୟକଙ୍କ କ୍ରେଜରେ ପଡ଼ିଛି ମଳିନ। ବିରୋଧି ଭାବେ ବିଜେଡି ପାଇଁ ନୂଆପଡ଼ା ଥିଲା ପ୍ରଥମ ଉପନିର୍ବାଚନ। ଯେଉଁ ନବୀନ ପଟ୍ଟନାୟକ ହାତ ବୁଲେଇଦେଲେ ଭୋଟ ଉଜାଡି ହୋଇ ପଡଡୁଥିଲା, ସେଇ ନବୀନଙ୍କ କ୍ରେଜ ଆଉ ନାହିଁ ବୋଲି ପ୍ରମାଣିତ କରିଦେଲା ନୂଆପଡ଼ା ଉପ ନର୍ବାଚନ। ଶାସକ ଦଳ ଭାବେ ବିଜେପି ପାଇଁ ମଧ୍ଯ ନୂଆପଡ଼ା ଥିଲା ପ୍ରଥମ ଉପ ନିର୍ବାଚନ। ଦେଢ଼ ବର୍ଷର ସରକାର ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଲୋକପ୍ରୀୟତା ଓ ଗ୍ରହଣୀୟତା ବଢ଼ିଛି ଏଇ ସଙ୍କେତ ଦେଲା ନୂଆପଡ଼ା ଉପ ନିର୍ବାଚନ। ଅନ୍ୟପଟେ ନିଜ ମାଟିରେ ଭକ୍ତ ହାରିବା ପରେ କଂଗ୍ରେସର ଅସ୍ତିତ୍ବ ନେଇ ଉଠିଛି ପ୍ରଶ୍ନ।
ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିବାରୁ ନୂଆପଡ଼ା ଉପ ନିର୍ବାଚନ ତିନି ପ୍ରମୁଖ ଦଳ କଂଗ୍ରେସ, ବିଜେଡି, ବିଜେପିର ସାଂଗଠନିକ କ୍ଷେତ୍ର ଉପରେ ପ୍ରଭାବ ପକାଇବ ସୁନିଶ୍ଚିତ।

ଗୋଟିଏ ପଟେ, ବିପୁଳ ଭୋଟରେ ବିଜୟ ପରେ ବିଜେପିର ମନୋବଳ ଆହୁରି ବଢ଼ିଛି। ଅନ୍ୟପଟେ ତୃତୀୟ ସ୍ଥାନକୁ ଖସି ଆସିଥିବା ବିଜେଡି ଆଗକୁ ନବୀନଙ୍କ ବିକଳ୍ପ ଖୋଜିବା ପାଇଁ ପ୍ରୟାସ କରିବ । କାହିଁକି ନା ନବୀନ ଫ୍ୟାକଟର ଆଉ କାମ ଦେଉନି ତାହା ବିଜେଡିକୁ ବୁଝିବାକୁ ଆଉ ବାକି ନାହିଁ। ଅନ୍ୟପଟେ ଭକ୍ତଙ୍କ ନେତୃତ୍ୱରେ ରାଜ୍ୟ କଂଗ୍ରେସ ନିଜର ଅସ୍ତିତ୍ବ ପାଈଁ ଲଡେଇ କରି ଫେଲ ହେଲା ପରେ ରାଜ୍ୟରେ କଂଗ୍ରେସ ଗ୍ରହଣୀୟତାକୁ ନେଇ ପ୍ରଶ୍ନ ଉଠିଛି।

Leave A Reply

Your email address will not be published.