ଲୋକେ ପରିବର୍ତ୍ତନ ଚାହୁଁଥିଲେ: ମନମୋହନ
ଭୁବନେଶ୍ୱର: ନୂଆପଡ଼ାରେ ଲୋକେ ପରିବର୍ତ୍ତନ ଚାହୁଁଥିବା କହିଲେ ରାଜ୍ୟ ବିଜେପି ମନମୋହନ ସାମଲ। ଯାହାର ପ୍ରତିଫଳନ ଗଣତିରୁ ସ୍ପଷ୍ଟ ହେବାରେ ଲାଗିଛି। ନୂଆପଡ଼ା ଏକ ସମସ୍ୟା ବହୁଳ ନିର୍ବାଚନ ମଣ୍ଡଳୀ।
ଶିଳ୍ପ, କଳକାରଖାନା ନାହିଁ, ଜଳସେଚନର ବ୍ୟବସ୍ଥା ହୋଇନି’
ଏସବୁ ସମସ୍ୟା ଦୂର କରିବା ପାଇଁ ଲୋକେ ପରିବର୍ତ୍ତନ ଚାହିଁଛନ୍ତି।’ କଂଗ୍ରେସର ଆରୋପ ନେଇ ମଧ୍ୟ ରଖିଲେ ପ୍ରତିକ୍ରିୟା। ଆମେ ବହୁବାର ହାରିଛୁ, ମାତ୍ର ଏପରି ଅଭିଯୋଗ କରିନାହୁଁ। ଅନ୍ୟକୁ ଦୋଷ ନଦେଇ ଆତ୍ମସମୀକ୍ଷା କରନ୍ତୁ ବିରୋଧୀ ଏ କଥା କହିଛନ୍ତି ମନମୋହନ ସାମଲ
ନୂଆପଡ଼ା ଆସନକୁ ବିଜେପି କବଜା କରିବା ପ୍ରାୟ ସୁନିଶ୍ଚିତ।
ବାପାଙ୍କୁ ଟପିଲେ ପୁଅ ଜୟ ଢୋଲକିଆ।୨୦୨୪ ନିର୍ବାଚନରେ ବାପା ପାଇଥିବା ଭୋଟ୍କୁ ଟପିଲେ। ୨୦୨୪ରେ ବାପା ରାଜେନ୍ଦ୍ର ଢୋଲକିଆ ପାଇଥିଲେ ୬୧,୮୨୨ ଭୋଟ୍।୧୩ ରାଉଣ୍ଡ ସୁଦ୍ଧା ୬୩ ହଜାରରୁ ଅଧିକ ଭୋଟ୍ ପାଇ ଟପିଲେ ଜୟ।