thelifelinemedia
Latest Odisha News, Breaking News Today

ନୂଆପଡ଼ା ଉପନିର୍ବାଚନରେ ରେକର୍ଡ ମତଦାନ, ଇଭିଏମରେ ସିଲ୍ 14 ପ୍ରାର୍ଥୀଙ୍କ ଭାଗ୍ୟ

ନୂଆପଡା: ନୂଆପଡ଼ା ଉପନିର୍ବାଚନରେ ରେକର୍ଡ ସଂଖ୍ୟକ ମତଦାନ ହୋଇଛି। ନେତା ବାଛିଛନ୍ତି ନୂଆପଡ଼ାବାସୀ। ୮୧.୯୪% ମତଦାନ ହୋଇଛି ଯାହାକି ଉପ ନିର୍ବାଚନରେ ରେକର୍ଡ ସଂଖ୍ୟକ ମତଦାନ।୨୦୨୪ ସାଧାରଣ ନିର୍ବାଚନ ତୁଳନାରେ ଏଠି ଭୋଟ୍‌ ହାର ବଢ଼ିଛି ବୋଲି ରାଜ୍ୟ ମୂଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି। ଆସନ୍ତା 14 ତାରିଖରେ ନୂଆପଡ଼ା ବାସୀ ପାଇବେ ନୂଆ ନେତା। ଏବେ ଠୁ ନେତା କର୍ମୀଙ୍କ ଛାତି ଧଡ଼ ଧଡ଼ ହେଲାଣି। କାହା ପ୍ରତି ନୂଆପଡ଼ା ବାସୀ ଆଶୀର୍ବାଦ ଢାଳିବେ ତାକୁ ନେଇ ବିଭିନ୍ନ ଦଳରେ ହେଲାଣି ଅଙ୍କକଷା।

ନୂଆପଡ଼ା ଉପନିର୍ବାଚନ ପାଇଁ ମୋଟ ୩୫୮ଟି ମତଦାନ କେନ୍ଦ୍ର କରାଯାଇଥିଲା। ସେଥିମଧ୍ୟରୁ ୪୭ଟି ବୁଥ୍ ସମ୍ବେଦନଶୀଳ ଓ ୮ଟି ଅତି ସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯାଇଥିଲା।ସୁନାବେଡ଼ା ଅଭୟାରଣ୍ୟ ସଂଲଗ୍ନ ମାଓପ୍ରବଣ ୮ଟି ବୁଥ୍‌ରେ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ମତଦାନ ହୋଇଥିଲା। ର୍ସ୍ବଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ, ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ, କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ସହ ୧୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମ୍‌ରେ ବନ୍ଦ ରହିଛି। ଆସନ୍ତା 14ରେ ଫଳାଫଳ ପରେ ଜଣାପଡିବ କିଏ ନୂଆପଡ଼ା ବାସୀଙ୍କ ନେତା ହେବାକୁ ଯାଉଛି।

Leave A Reply

Your email address will not be published.