ଭଦ୍ରକରେ ଚାଲୁଥିଲା ଯାତ୍ରା:ଚେୟାର ଫିଙ୍ଗିଲେ ଦର୍ଶକ
ଭଦ୍ରକ: ଭଦ୍ରକ ବ୍ଲକର ସାହାଡ଼ାରେ ମଞ୍ଚସ୍ଥ ହେଉଥିଲା ନାଟକ ‘ଏମିତି ବିଚାର କେବେ ଦେଖିନି’। ହଠାତ ତାତିଲେ ଦର୍ଶକ। ଚେୟାର ଫିଙ୍ଗିଲେ, କଳାକାରଙ୍କୁ ମାଡ଼ ମାରିଲେ। ଜୀବନ୍ତ ଅଭିନୟକୁ ଦେଖି ହିତାହିତ ଜ୍ଞାନ ହରାଇଲେ ଦର୍ଶକ। ଘଟଣା କିଛି ଇମିତି ଘଟିଥିଲା। ନାଟକରେ ନିଜ ଭଊଣୀଟିଏ ଦୁଷ୍କର୍ମ ହୋଇ ଆସିବା ପରେ ଭାଇ, ବାପା, ମାଆ ଆଗରେ ନେହୁରା ହୋଇ ସବୁ ସତ କଥା କହୁଥିବା ବେଳେ ଭାଇ କିନ୍ତୁ ସେ ସବୁ କଥାକୁ ବିଶ୍ୱାସ କରୁ ନଥିଲା।ଆଉ ବାପା, ମାଆଙ୍କ କଥାକୁ ମଧ୍ୟ ବିଶ୍ଵାସ କରୁନି ଭାଇ। ବାପା ମାଆ ମଧ୍ୟ ପୁଅ ପାଦ ତଳେ ପଡ଼ିଯାଇଥିଲେ। ଏହାପରେ ବି ଭାଇ କାହା କଥା ଶୁଣୁନଥିଲା।ଏ ଦୃଶ୍ୟ ଉପସ୍ଥିତ ଦର୍ଶକଙ୍କୁ ଭାବ ବିହ୍ବଳ କରିଦେଇଥିଲେ। ରାଗିଯାଇଥିଲେ ଲୋକେ।
ଏ ଦୃଶ୍ୟ ଦେଖିଲା ପରେ ଦର୍ଶକ ରାଗି ଯାଇ ମଞ୍ଚ ଉପରକୁ ଚଢ଼ି ସେହି ପୁଅକୁ ମାରିବା ସହ ଚେୟାର ଫିଙ୍ଗିଥିଲେ।
ସୁଚନା ଯୋଗ୍ୟ, ଯାତ୍ରା ରାଜନନ୍ଦିନୀର ଏହି ନାଟକର ଅଭିନୟରେ ଥିଲେ ମାଆ ଟୁନିଆ ମଲ୍ଲିକ, ବାପା ସଞ୍ଜୟ , ଭଉଣି ମାମା । ଯାତ୍ରା ଚାଲୁଥିବା ସମୟରେ କଳାକାରଙ୍କୁ ମାଡ଼ କିଛି ନୂଆ କଥା ନୁହେଁ। ପୂର୍ବରୁ ଅନେକ ନଜିର ରହିଛି । ଯାତ୍ରାକୁ ନେଇ ଦର୍ଶକଙ୍କ ଆବେଗ ଥାଏ। ଆବେଗ ବେଳେବେଳେ ଏତେ ଥାଏ ଯେ, ଦର୍ଶକମାନେ ନିଜକୁ କଣ୍ଟ୍ରୋଲ କରିପାରନ୍ତି ନାହିଁ।