ଟ୍ରମ୍ପଙ୍କ କଥାରେ ରହୁନି ତାଳମେଳ
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଥାରେ ତାଳମେଳ ରହୁନି । ଏତେ ମିଛ କହୁଛନ୍ତି ଯେ ପୂର୍ବରୁ କହୁଥିବା ମିଛକୁ ଭୁଲି ଯାଉଛନ୍ତି । ଲଗାତାର ଭାବେ ଭାରତ-ପାକିସ୍ତାନ ତିକ୍ତତା ବାବଦରେ ବୟାନ ଦେଉଥିବା ଟ୍ରମ୍ପ୍ ଆଉ ଏକ କଥା କହିଛନ୍ତି ।
ଯାହା ସେ ପୂର୍ବରୁ ଦେଇଥିବା ବୟାନଠୁ ପୂରା ଭିନ୍ନ ।
ଟ୍ରମ୍ପ୍ କହିଛନ୍ତି ଯେ, ସେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ବିବାଦକୁ ବନ୍ଦ କରିଥିଲେ । ଯୁଦ୍ଧ ବନ୍ଦ ନକଲେ ସେ ଭାରତ ଏବଂ ପାକିସ୍ତାନ ସହ ବାଣିଜ୍ୟ କରିବେନି ବୋଲି ଧମକ ଦେଇଥିଲେ ।
ଯାହାକୁ ଡରି ଉଭୟ ଦେଶ ଯୁଦ୍ଧରେ ବିରାମ ଲଗାଇଥିଲେ । ଏହି ଯୁଦ୍ଧରେ ୮ଟି ଫାଇଟର ଜେଟ୍ କ୍ଷତିଗ୍ରସ୍ତ ହୋଇଥିବା ସେ କହିଛନ୍ତି । ତେବେ ଏହି ସଂଖ୍ୟା ପୂର୍ବରୁ ଦେଇଥିବା ସଂଖ୍ୟାଠୁ ସମ୍ପୂର୍ଣ୍ଣ ଭିନ୍ନ । ଯାହା ତାଙ୍କର ମିଛକୁ ପଦାରେ ପକାଇ ଦେଇଛି ।