thelifelinemedia
Latest Odisha News, Breaking News Today

ନବୀନଙ୍କୁ କାଉଣ୍ଟର କଲେ ମୁଖ୍ୟମନ୍ତ୍ରୀ: ଘମାସାନ ହେଲା ବେଇମାନ ରାଜନୀତି

ନୂଆପଡ଼ା: ନୂଆପଡ଼ା କୋମନାରେ ବିରାଟ ଜନସଭାକୁ ସମ୍ବୋଧନ ଅବସରରେ ନବୀନଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କହିଲେ, ନୂଆପଡ଼ାର ବିକାଶ ପାଇଁ ମୋତେ ଏଠାକୁ ଆସିବାକୁ ପଡ଼ିଛି. ପୂର୍ବରୁ କେବେ ଏତେ ଜନସମାଗମ କେହି ଦେଖି ନ ଥିଲେ।
ନୂଆପଡ଼ାର ବିକାଶ ପାଇଁ ୧ ହଜାର ୪ ଶହ କୋଟିର ପ୍ରତିଶ୍ରୁତି ଦେଇ ସାରିଛି। ଜୟ ଢୋଲକିଆ ନିର୍ବାଚିତ ହେଲେ ଆପଣଙ୍କ ଦାବି ଉପସ୍ଥାପନ କରିପାରିବେ। କିଛି ଦିନ ତଳେ ବିରୋଧୀଦଳ ନେତା ଜୟଙ୍କୁ ବେଇମାନ କହିଥିଲେ। ପୂର୍ବରୁ କେବେ ତାଙ୍କ ମୁହଁରୁ ଏପରି ଶବ୍ଦ ବାହାରେ ନାହିଁ।

କେହି ତାଙ୍କୁ ସ୍କ୍ରିପ୍ଟ ଲେଖି ଦେଇଥିଲେ, ତାହା ସେ ପଢ଼ିଦେଲେବେଇମାନ’ ଶବ୍ଦର ଅର୍ଥ ବୋଧେ ସିଏ ବୁଝି ପାରି ନ ଥିବେ। ବିଜେପୁର, କାକଟପୁରରେ ବିଜେଡି କଣ କରିଥିଲା ମନେ ପକାଇବା ଦରକାର।
ନର୍ଲାରେ ତତ୍‌କାଳୀନ ବିରୋଧୀଦଳ ନେତାଙ୍କୁ କିଏ ନେଇ ଯାଇଥିଲା।
ଏହା କ’ଣ ବିଜେଡିରେ ବେଇମାନୀ ନ ଥିଲା କି ବୋଲି ପଚାରିଲେ
ବେଇମାନ କିଏ ଓ କେତେଥର ବେଇମାନୀ କରିଛନ୍ତି ତାହା ସମସ୍ତେ ଜାଣିଛନ୍ତି। ଯେଉଁମାନେ ଦଳକୁ ଆଣିଥିଲେ, ସେମାନଙ୍କୁ ତଡ଼ି ବେଇମାନୀ କରିନାହାନ୍ତି ?ଜିଲ୍ଲା ବାହାର ନେତାଙ୍କୁ ଡାକି ଟିକେଟ ଦେବାକୁ ମଧ୍ୟ ଟାର୍ଗେଟ୍‌ କଲେ।ଜିଲ୍ଲା ଭିତରେ କ’ଣ ବିଜେଡିର ନେତା ନାହାନ୍ତି କି ବୋଲି ପଚାରିଲେ। ଶେଷରେ ବରଗଡ଼ରୁ ଆଣି ଜଣଙ୍କୁ ପ୍ରାର୍ଥୀ କରି ଜିଲ୍ଲା ପ୍ରାର୍ଥୀଙ୍କୁ ବଞ୍ଚିତ କଲେ କଲେ ବୋଲି ନବୀନଙ୍କୁ ପ୍ରଶ୍ନବାଣ କରିଛନ୍ତି ମୁଖ୍ୟମନ୍ତ୍ରୀ।

Leave A Reply

Your email address will not be published.