thelifelinemedia
Latest Odisha News, Breaking News Today

ଧବଳେଶ୍ବର ବଡ଼ଓଷା ପାଇଁ ବଡ଼ ପ୍ରସ୍ତୁତି:ଜଗିବେ ୧୫ ପ୍ଲାଟୁନ ଫୋର୍ସ

ଆଠଗଡ଼: ଧବଳେଶ୍ବର ପୀଠରେ ପଞ୍ଚକ ଓ ବଡ଼ଓଷା ପାଇଁ ପ୍ରସ୍ତୁତି କରାଯାଉଛି। ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦେଖି ସବୁ ପ୍ରକର ବ୍ୟବସ୍ଥା ହୋଇଛି।

୩ଟି ସ୍ଥାନରେ ହେବ ପାର୍କିଂ ବ୍ୟବସ୍ଥା, ୧୪ଟି ସ୍ଥାନରେ ଟ୍ରାଫିକ୍ ପୋଷ୍ଟ। ହେବ। ପୋଲିସର ମକଡ୍ରିଲ୍‌ ପରେ କଟକ ଗ୍ରାମାଞ୍ଚଳ ଏସ୍‌ପି ସୂଚନା ଦେଇଛନ୍ତି।ଦୁଇ ଚକିଆ ଗାଡ଼ି ନୂଆପାଟଣା ଛକରୁ ପାଇକରାପୁର ଷ୍ଟାଣ୍ଡକୁ ଯିବ।

୪ ଚକିଆ ଗାଡ଼ି ବିଦ୍ୟାଧରପୁର ଓ ଧବଳେଶ୍ୱର ଫାଣ୍ଡି ପଡ଼ିଆରେ ହେବ। ପାର୍କିଂ NH ୫୫ ଦେଇ ବାଳି ଛକରୁ ସୁନିଆମୁହଁ ରାସ୍ତାରେ ଆସିବ ୪ ଚକିଆ ଗାଡ଼ି।

ସେହିପରି ମନ୍ଦିର ପରିସରକୁ ଜଗିବେ ୧୫ ପ୍ଲାଟୁନ ପୋଲିସ ଫୋର୍ସ । ୨ ଅତିରିକ୍ତ SP, ୮ DSP, ୨୦ IIC ସମେତ ୨୦୦ରୁ ଅଧିକ ପୋଲିସ ନିୟୋଜିତ। ୩୨ଟି ସ୍ଥାନରେ ସିସିଟିଭି ଲଗାଯିବ; ଓଡ୍ରାଫ, ଅଗ୍ନିଶମ ଟିମ୍ ମୁତୟନ ରହିବେ।

Leave A Reply

Your email address will not be published.