ରାଷ୍ଟ୍ରୀୟ ଏକତା ଦିବସରେ PMଙ୍କ ବାର୍ତ୍ତା: ରାଷ୍ଟ୍ରୀୟ ସୁରକ୍ଷାକୁ ନେଇ ବୁଝାମଣା ହେବନି
ନୂଆଦିଲ୍ଲୀ: ଦେଶ ପାଳୁଛି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ। ରାଷ୍ଟ୍ରୀୟ ଏକତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦବୋଧନ। କହିଛନ୍ତି, ରାଷ୍ଟ୍ରୀୟ ସୁରକ୍ଷାକୁ ନେଇ କୌଣସି ବୁଝାମଣା ହେବନି।ଆକ୍ରମଣ ପ୍ରତିବାଦରେ ପ୍ରତିଥର କଡ଼ା ଜବାବ ଦେଇଛି ଭାରତ ୨୦୧୪ ପୂର୍ବରୁ ଦେଶରେ ନକ୍ସଲମାନେ ଆତଙ୍କ ଖେଳାଇଥିଲେ।
ବିଜେପି ସରକାର ଆସିବା ପରେ ନକ୍ସଲବାଦ ଉପରେ ପ୍ରଚଣ୍ଡ ପ୍ରହାର ହୋଇଛି। ଦେଶର ଏକତା, ଅଖଣ୍ଡତା ଉପରେ ମଧ୍ୟ ଅନୁପ୍ରବେଶକାରୀଙ୍କ ଭୟ ରହିଛି। ଅନୁପ୍ରବେଶକାରୀ ଅଧିକାରୀ ଦେବାକୁ କିଛି ଲୋକ ରାଜନୀତି କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଆଜି ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ 150ତମ ଜନ୍ମ ଜୟନ୍ତୀ। ଦେଶବ୍ୟାପୀ ଆଜି ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରାଯାଉଛି।