ଓଡ଼ିଶାରେ ହେବ ୯୨ଟି ରେଳ ଓଭର ବ୍ରିଜ୍: କେନ୍ଦ୍ର ରେଳ ମନ୍ତ୍ରାଳୟର ଅନୁମୋଦନ
ଭୁବନେଶ୍ଵର: ଓଡ଼ିଶାରେ ହେବ ୯୨ଟି ରେଳ ଓଭର ବ୍ରିଜ୍। ଏଥିପାଇଁ ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବ ରେଳ ବିଭାଗ। ଏଥିପାଇଁ କେନ୍ଦ୍ର ରେଳ ମନ୍ତ୍ରାଳୟର ଅନୁମୋଦନ ଦେଇସାରିଛି।
ପୂର୍ବରୁ ରେଳ ମନ୍ତ୍ରାଳୟ ଓ ରାଜ୍ୟ ସରକାର ୫୦-୫୦ ଅନୁପାତ ସ୍ଥିର ହୋଇଥିଲା।ମନ୍ତ୍ରାଳୟ ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବାକୁ ରାଜ୍ୟ ସରକାର ଅନୁରୋଧ କରିଥିଲେ।
ଅନୁରୋଧ ରକ୍ଷା କରି ରେଳ ମନ୍ତ୍ରାଳୟ ସବୁ ଖର୍ଚ୍ଚ ବହନ ପାଇଁ ରାଜି ହୋଇଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ।