thelifelinemedia
Latest Odisha News, Breaking News Today

ରାଫେଲରେ ଉଡିଲେ ରାଷ୍ଟ୍ରପତି:ସର୍ବୋଚ୍ଚ କମାଣ୍ଡରଙ୍କ ସର୍ବୋଚ୍ଚ ଉଡାଣ..

ନୂଆଦିଲ୍ଲୀ: ରାଫେଲରେ ଉଡିଲେ ରାଷ୍ଟ୍ରପତି।ଅମ୍ବାଲା ବାୟୁସେନା ଷ୍ଟେସନରେ ଭାରତୀୟ ବାୟୁସେନାର ରାଫେଲ ଯୁଦ୍ଧ ବିମାନରେ ଉଡ଼ାଣ ଭରି ଇତିହାସ ରଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦେଶର ସର୍ବୋଚ୍ଚ ସାମ୍ବିଧାନିକ ଅଧିକାରୀ ଏବଂ ତିନି ସଶସ୍ତ୍ର ବାହିନୀର ସର୍ବୋଚ୍ଚ କମାଣ୍ଡର ଭାବରେ ଏହି ଐତିହାସିକ ଉଡାଣ ଭରିଛନ୍ତି ରାଷ୍ଟ୍ରପତି। ରାଫେଲରେ ଉଡାଣ ଭରିବାରେ ଏହା ହେଉଛି ତାଙ୍କର ଦ୍ୱିତୀୟ ଅଭିଜ୍ଞତା। ସକାଳେ ଅମ୍ବାଲା ବାୟୁସେନା ଘାଟିରେ ପହଞ୍ଚିଥିଲେ ରାଷ୍ଟ୍ରପତି। ଏହି ସମୟରେ
ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ୍ ଏ.ପି. ସିଂହ ଏବଂ ବରିଷ୍ଠ ଅଧିକାରୀମାନେ ପ୍ରମୁଖ ଉପସ୍ଥିତ ଥିଲେ। ରାଫେଲରେ ତାଙ୍କର ଉଡ଼ାଣ ଭାରତୀୟ ବାୟୁସେନାର ପ୍ରଯୁକ୍ତିବିଦ୍ୟା ଦକ୍ଷତା ଏବଂ ଆଧୁନିକତାର ପ୍ରତୀକ ବୋଲି ରାଷ୍ଟ୍ରପତି କହିଛନ୍ତି।

ପୂର୍ବରୁ ୨୦୨୩ ମସିହା ଏପ୍ରିଲ ମାସରେ ସେ ଆସାମର ତେଜପୁର ବାୟୁସେନା ଘାଟିରେ ସୁଖୋଇ-୩୦ ଏମ୍‌କେଆଇ ବିମାନରେ ଉଡ଼ାଣ ଭରିଥିଲେ ।ଫରାସୀ କମ୍ପାନି ଡାସଲ୍ଟ ଆଭିଏସନ୍ ଦ୍ୱାରା ନିର୍ମିତ ଏହି ରାଫେଲ୍ ଯୁଦ୍ଧ ବିମାନ ୨୦୨୦ ମସିହା ସେପ୍ଟେମ୍ବର ମାସରେ ଭାରତୀୟ ବାୟୁସେନାରେ ସାମିଲ ହୋଇଥିଲା। ଏହି ବିମାନ “ଅପରେସନ୍ ସିନ୍ଦୂର” ସମୟରେ ଆତଙ୍କବାଦୀଙ୍କ ଟାର୍ଗେଟ ଉପରେ ସଠିକ୍ ଆକ୍ରମଣ କରି ଶକ୍ତି ପ୍ରଦର୍ଶନ କରିସାରିଛି।

Leave A Reply

Your email address will not be published.