thelifelinemedia
Latest Odisha News, Breaking News Today

କଟିଲା ୧୬ ଲକ୍ଷ ହିତାଧିକାରୀଙ୍କ ରାସନ କାର୍ଡ଼

ଭୁବନେଶ୍ଵର: ସରିଛି E-KYC ଅବଧି । ଏଥିସହ କଟିଛି ୧୬ ଲକ୍ଷ ହିତାଧିକାରୀଙ୍କ ରାସନ କାର୍ଡ଼ । ଏକ ବର୍ଷରୁ ଅଧିକ ସମୟ ଧରି ରାଜ୍ୟରେ ରାସନ କାର୍ଡ଼ ପାଇଁ ଚାଲିଥିବା E-KYC ପ୍ରକ୍ରିୟା ସେପ୍ଟେମ୍ବର ୩୦ ତାରିଖରେ ଶେଷ ହୋଇଛି ।

ସରକାରୀ ହିସାବ ମୁତାବକ ଏହି ଅବଧି ଭିତରେ ୩ କୋଟି ୨୬ଲକ୍ଷ ୨୩ ହଜାର ହିତାଧିକାରୀଙ୍କ ମଧ୍ୟରୁ ୩ କୋଟି ୧୦ ଲକ୍ଷ ୨୩ ହଜାର ହିତାଧିକାରୀ E-KYC କରିଛନ୍ତି । ବାକି ୧୬ ଲକ୍ଷ ହିତାଧିକାରୀ E-KYC କରି ନ ଥିବାରୁ ସେମାନଙ୍କ ରାସନ କାର୍ଡ଼ କଟିଛି ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ ।

ଆଉ ରାଜ୍ୟ ସରକାର E-KYC ଅବଧି ବଢ଼ାଇବେ ନାହିଁ । ଯଦି କେନ୍ଦ୍ର ବଢ଼ାଇବ ତାହେଲେ ରାଜ୍ୟ ସରକାର ଏନେଇ ଚିନ୍ତା କରିବେ ବୋଲି କହିଛନ୍ତି ମନ୍ତ୍ରୀ । ସେପଟେ ବିଭିନ୍ନ ସମସ୍ୟା ପାଇଁ E-KYC କରି ନ ଥିବା ହିତାଧିକାରୀ ଅବଧି ବଢ଼ାଇବାକୁ ଦାବି କରିଛନ୍ତି ।

Leave A Reply

Your email address will not be published.