ଦୁର୍ନୀତିରେ ଲିପ୍ତ କରିତକର୍ମା ଜେଇ ବାବୁ: ଫଲ୍ସ ବିଲ୍ କରି ଲୁଟୁଛନ୍ତି
ଭଦ୍ରକ: ଜୁନିଅର ଇଞ୍ଜିନିୟର ରମେଶ ଚନ୍ଦ୍ର ନାୟକଙ୍କୁ ନେଇ ଭଦ୍ରକ ସାଳନ୍ଦୀ କେନାଲ ଡିଭିଜନ ଚିନ୍ତାରେ। ରମେଶ ଚନ୍ଦ୍ର ନାୟକ ଜେଇଙ୍କୁ ପ୍ରଥମେ ନିଯୁକ୍ତି ଭାବେ ସାଳନ୍ଦୀ କେନାଲ ଡିଭିଜନରେ ହୋଇଥିଲା। କିନ୍ତୁ ଏହାର 2 ମାସ ପରେ ଦୁର୍ନୀତି ଅଭିଯୋଗ ଥିବାରୁ ତାଙ୍କୁ ମାର୍କୋଣା ସବ ଡିଭିଜନକୁ ବଦଳି କରାଗଲା। ତାହାର ଏକ ବର୍ଷ ପରେ ବୈତରଣୀ ଜଳସେଚନ ଡିଭିଜନ ଶାଳପଡା ଅଧୀନରେ ଥିବା ଆନ୍ଦପୁର ବ୍ୟାରେଜ ସବ ଡିଭିଜନ ନମ୍ବର 1 ବିଦ୍ୟାଧରପୁର, ଆଗରପଡା ସେକ୍ସନ 4କୁ ବଦଳି କରାଗଲା।
ତାହାର ଏକ ମାସ ପରେ ପୁଣି ସାଳନ୍ଦୀ କେନାଲ ଡିଭିଜନକୁ ବଦଳି ଅର୍ଡର ନଦେଖି ଚିଫ ଇଞ୍ଜିନିଅର ଶ୍ରୀ ସଂଜୀବ କୁମାର ନାୟକ ତାଙ୍କ ଠାରୁ ମୋଟା ଅଙ୍କର ଟଙ୍କା ନେଇ ପୁଣି ସାଳନ୍ଦୀ କେନାଲ ଡିଭିଜକୁ ବଦଳି କରାଗଲା। ରମେଶ ଚନ୍ଦ୍ର ନାୟକଙ୍କୁ ସାଳନ୍ଦୀ କେନାଲ ଡିଭିଜନରେ ରହି ଲକ୍ଷ ଲକ୍ଷ ଟଙ୍କାର ଫଲସ ବିଲ କରିଛନ୍ତି। ଯାହାକି ତାଙ୍କ ନାଁ ରେ ମାଳ ମାଳ ପିଟ ସନ ପଡ଼ିଥିଲେ ମଧ୍ୟ ଏପର୍ଯ୍ୟନ୍ତ କାର୍ଯାନୁଷ୍ଠାନ ଗ୍ରହଣ କରାଯାଇନାହିଁ।
ସେ ବିନା ଟେଣ୍ଡର ଏଫ 2, କେ 2ରେ କାମ କରି ଲକ୍ଷାଧିକ ଟଙ୍କା ଲୁଟିଛନ୍ତି ବୋଲି ଖବର ଅଛି। ସେ ସାଳନ୍ଦୀ ଇରିଗେସନ ଆଇବି ଦାୟିତ୍ୱରେ ରହି ଦିନ ରାତି ମଦ ମାଂସର ଆସର ଖୋଲିଛନ୍ତି। ସେ ପ୍ରବଳ ମାତ୍ରାରେ ନିଶାଶକ୍ତ ହୋଇ ସମସ୍ତଙ୍କୁ ବ୍ୟବହାର ଖରାପ କରନ୍ତି। ଯଦି ଆଗାମୀ ଦିନରେ ଏଭଳି ଜେଇଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସହ ବଦଳି ନକରାଯାଏ ତେବେ ଆଗାମୀ ଦିନରେ ଜନ ଆନ୍ଦୋଳନ ହେବ ବୋଲି ସୂଚନା ମିଳିଛି।