ଭାରତ ଆସିବେ ପୁଟିନ, ଚିନ୍ତାରେ ଟ୍ରମ୍ପ
ନୂଆଦିଲ୍ଲୀ: ଭାରତ ଆସିପାରନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ଯଦିଓ ଏ ନେ଼ଇ ବିଧି ବଦ୍ଧ ଭବେ କିଛି କୁହା ଯାଇନି, କିନ୍ତୁ ପୁଟିନ ଭାରତ ଆସିବା ନେଇ ଆକଳନ ହେଉଛି। ଯାହାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ। ଯାହା ଜଣାପଡିଛି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଡିସେମ୍ବର ୫-୬ ରେ ଭାରତ ଗସ୍ତରେ ଆସିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ କରିବେ ବୋଲି ଆଶା କରାଯାଉଛି। ଦୁଇ ନେତାଙ୍କ ମଧ୍ୟରେ ଏହି ଶିଖର ବୈଠକ ଏପରି ଏକ ସମୟରେ ହେଉଛି ଯେତେବେଳେ ଆମେରିକା ରୁଷ ତେଲ କିଣିବା ପାଇଁ ଭାରତ ଉପରେ କଡ଼ା ଟାରିଫ ଲଗାଇଛି। ଏଭଳି ଖବର ଆମେରିକା ରାଷ୍ଟ୍ରପତିଙ୍କୁ ଅଡ଼ୁଆରେ ବା ଚିନ୍ତାରେ ପକାଇଛି ବୋଲି ଚର୍ଚ୍ଚା ହେଉଛି।ଭାରତ ଏବଂ ରୁଷ ଦଶନ୍ଧି ପୁରୁଣା ସମ୍ପର୍କ ବଜାୟ ରଖିଛନ୍ତି। ସୋଭିଏତ୍ ଯୁଗରୁ ଉଭୟ ଦେଶ ମଧ୍ୟରେ ଦୃଢ଼ ବାଣିଜ୍ୟ ଏବଂ ପ୍ରତିରକ୍ଷା ସହଯୋଗ ରହିଛି। ଯଦି ଆସନ୍ତା ଡିସେମ୍ବରରେ ପୁଟିନ ଭାରତ ଆସୁଛନ୍ତି ତା ହେଲେ ଭାରତ ଋଷ ସମ୍ପର୍କ ଆହୁରି ମଜଭୂତ ହେବ ଯାହା ଆମେରିକାକୁ ଅଡ଼ୁଆରେ ପକେଇବ।
ଆମେରିକାର ବର୍ଦ୍ଧିତ ବାଣିଜ୍ୟ ଚାପକୁ ଦୃଷ୍ଟିରେ ରଖି ପୁଟିନଙ୍କ ଗସ୍ତକୁ ଭାରତର କୂଟନୈତିକ ରଣନୀତି ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଆମେରିକା ରାଷ୍ଟ୍ରପତି କେବେ ଚାହିଁବେ ନାହିଁ, କି ଭାରତ ଓ ଋଷ ସଂପର୍କ ଭଲ ହେଉ ବୋଲି। ତେଣୁ ପୁଟିନଙ୍କ ଭାରତ ଗସ୍ତକୁ ନେଇ ଖପ୍ପା ଅଛନ୍ତି ଆମେରିକା ରାଷ୍ଟ୍ରପତି।