ଏଥର ଜଳିବନି ରାବଣ
ଭୁବନେଶ୍ୱର: ଏଥର ଧୋଇଯିବ ଦଶହରା, ବର୍ଷାରେ ଭିଜିବ ରାବଣ । ପବିତ୍ର ବିଜୟାଦଶମୀରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଥିବା ବେଳେ ଆସନ୍ତାକାଲି ଫିକା ପଡିପାରେ ରାବଣ ପୋଡି । ଏଥର ରାବଣ ପୋଡିରେ ଓଦା ହେଇପାରେ ରାବଣ ଆଉ ଫୁସକି ଯାଇପାରେ ବାଣ ।
କାରଣ ଲଘୁଚାପ ପ୍ରଭାବରେ ଆଜି ଅଧା ଓଡ଼ିଶାରେ ଜାରି ରହିଛି ବର୍ଷା, ଏପଟେ ଟ୍ବିନ୍ସିଟିରେ ମଧ୍ୟ ପ୍ରବଳ ବର୍ଷା ଦେଖିବାକୁ ମିଳିଥିବା ବେଳେ ଆଗାମୀ ୩ ଘଣ୍ଟା ପାଇଁ ପୁଣି ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର । ବିଜୁଳି ଘଡଘଡି ସହ ଆଗାମୀ ୩ ଘଣ୍ଟା ପର୍ଯ୍ୟନ୍ତ କଟକ ଓ ଭୁବନେଶ୍ବରରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି ।