ଓଡ଼ିଶା ନଲେଜ କର୍ପୋରେସନ୍ ଲିମିଟେଡ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ଓଡ଼ିଶା ନଲେଜ କର୍ପୋରେସନ୍ ଲିମିଟେଡ୍ର (ଓକେସିଏଲ୍) ନେଟ୍ୱାର୍କ୍ପ ଟର୍ନର୍ସ୍ମିଟ୍ ୨୦୨୫ ଏକ ଉତ୍ସାହପୂର୍ଣ୍ଣ ଏବଂ ନବୀନ ପରିବେଶରେ ରେଳ ଅଡିଟୋରିୟମ୍, ଚନ୍ଦ୍ରଶେଖରପୁର, ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ତରର ପ୍ରତିନିଧି, ବିଭିନ୍ନ ଉଦ୍ୟୋଗର ଉଦ୍ୟୋଗପତି ଏବଂ ସରକାରୀ ଅଧିକାରୀମାନେ ଏକତ୍ରିତ ହୋଇ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ୍ କିପରି ରାଜ୍ୟରେ ଡିଜିଟାଲ ଦୂରତା ଏବଂ ଅନଲାଇନ୍ ସରକାରୀ ସେବାଗୁଡ଼ିକର ଉନ୍ନତି ପାଇଁ ସହାୟକ ହେଉଛି ତା’ ବିଷୟରେ ଚର୍ଚ୍ଚା କରିଥିଲେ। ଡ଼ଃ ପ୍ରଦୀପ କୁମାର ରାଉତ ଦୀପ ପ୍ରଜ୍ଜ୍ୱଳନ କରିଏହି କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ।ଇ-ଗଭର୍ଣ୍ଣାନ୍ସର ଭୂମିକା ଉପରେ ଗୁରୁତ୍ୱ ଦେଇଥିଲେ।ନୂତନ ପ୍ରଯୁକ୍ତିବିଦ୍ୟା, ବିଶେଷକରି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ସମସ୍ତ ନାଗରିକଙ୍କ ପ୍ରଗତିରେ ସାହାଯ୍ୟ କରିପାରିବ ସେହି ପ୍ରସଙ୍ଗରେ ଆହ୍ୱାନ ଦେଇଥିଲେ।
“ଏଆଇ କେବଳ ଏକ ଉପକରଣ ନୁହେଁ,ଏହା ଏକ ପରିବର୍ତ୍ତନର ସୂତ୍ରଧାର।କହିଥିଲେ ଏହା ଆମକୁ ସମସ୍ତ ଲୋକଙ୍କ ପାଖରେ ପହଞ୍ଚାଇବା ଏବଂ ସେମାନଙ୍କ ଜୀବନକୁ ପରିବର୍ତ୍ତନ କରିବାରେ ସହାୟକହୋଇପାରିବ। ଓକେସିଏଲର ପରିଚାଳନା ନିର୍ଦ୍ଦେଶକ ଡ.ମନୋରଞ୍ଜନ ସଂସ୍ଥାର ଦୃଷ୍ଟିକୋଣ ଏବଂ ସଫଳତା ଉପରେ ଆଲୋଚନା କରିଥିଲେ। ଔଦ୍ୟୋଗିତା ଏବଂ ବିକାଶଶୀଳ ଆଭିମୁଖ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ।ସେ ଓକେସିଏଲ୍ର ନେଟ୍ୱାର୍କ୍ ପାର୍ଟନର୍ସ୍ଏବଂ ଅଧିକାରୀମାନଙ୍କ ସହଯୋଗକୁ ପ୍ରଶଂସା କରି କହିଥିଲେ ଯେ ଏହି ସହଯୋଗିତା ସଂସ୍ଥାର ବୃଦ୍ଧିଏବଂ ପ୍ରଭାବକୁ ନୂଆ ମୋଡ଼ ଦେଇଛି। “ଆମର ଯାତ୍ରା ସହଯୋଗିତା ଏବଂ ସହଭାଗିତାର ଏକ ଅଭିବ୍ୟକ୍ତି।ସେ କହିଥିଲେଯେ, ସମସ୍ତେ ମିଳିମିଶି ଆମେ ଏକ ଭବିଷ୍ୟତ ଗଠନ କରୁଛୁ ଯେଉଁଠି ପ୍ରଯୁକ୍ତି ବିଦ୍ୟା ପ୍ରତ୍ୟେକ ବ୍ୟକ୍ତିଙ୍କୁ ସଶକ୍ତକରିପାରିବ” ।
ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଗଣ୍ୟମାନ୍ୟ ଅତିଥିମାନେ ଯୋଗଦାନ କରିଥିଲେ। ଯେଉଁମାନଙ୍କ ମଧ୍ୟରେ ଜଣାଶୁଣା ସାମ୍ବାଦିକ ଶ୍ରୀ ଅଶୋକଦାସ, ପ୍ରସିଦ୍ଧଚାର୍ଟାଡ୍ ଆକାଉଣ୍ଟାଣ୍ଟ୍ ଶ୍ରୀଯୁକ୍ତ ଏ.କେ. ସାବତ, ଓକେସିଏଲ୍ର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ ବିରାରୀ, ଏବଂ ଏଚ୍କେସିଏଲର ପରିଚାଳନା ନିର୍ଦ୍ଦେଶକ ଶ୍ରୀଅଭିଜିତ କୁଲକର୍ଣ୍ଣୀଙ୍କ ସେମାନେ ଓକେସିଏଲ୍ର ଇ- ଲର୍ଣ୍ଣିଂ, ଇ- ଗଭର୍ଣ୍ଣାନ୍ସ୍ ଏବଂ ଇ-ସଶକ୍ତିକରଣ କ୍ଷେତ୍ରରେ ଅବଦାନକୁ ଭୂୟସୀ ପ୍ରଶଂସା କରିବା ସହିତ ଓକେସିଏଲ୍ର ଉତ୍ତୋରତ୍ତର ଉନ୍ନତି ପାଇଁ ଶୁଭେଚ୍ଛା ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଆଲୋଚନାଚକ୍ର ମାଧ୍ୟମରେ ନେତୃତ୍ୱ, ନୂତନ ଟେକ୍ନୋଲୋଜି ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସଭଳି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହୋଇଥିଲା।ବିଭିନ୍ନ କ୍ଷେତ୍ରରେ ଉତ୍କୃଷ୍ଟତା ପ୍ରଦର୍ଶନ କରିଥିବା ନେଟ୍ୱାର୍କ୍ପାର୍ଟନର୍ସ୍ମାନଙ୍କୁ ପୁରସ୍କୃତ ଏବଂ ସମ୍ମାନିତ କରାଯାଇଥିଲା।