thelifelinemedia
Latest Odisha News, Breaking News Today

ସବୁ ମାମଲାରେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ନିର୍ଦ୍ଦୋଷ 

ବ୍ରହ୍ମପୁର: ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ସମସ୍ତ ମାମଲାରେ ଦୋଷମୁକ୍ତ ହୋଇଛନ୍ତି।ଆଜି ୩ଟି ମାମଲାରୁ ଦୋଷମୁକ୍ତ କଲେ ବ୍ରହ୍ମପୁର JMFC ଗ୍ରାମାଞ୍ଚଳ।ଟାଟାରେ ଚାକିରି ନାଁରେ ଠକେଇ ଅଭିଯୋଗ ମାମଲାରେ ନିର୍ଦ୍ଦୋଷ।ଗତକାଲି ତାଙ୍କୁ ଦୁଇଟି ମାମଲାରେ ଦୋଷମୁକ୍ତ ଘୋଷଣା କରିଥିଲେ ନ୍ୟାୟାଳୟ। ଆଜି ତାଙ୍କୁ ଅନ୍ୟ ୩ଟି ମାମଲାରେ ନ୍ୟାୟାଳୟ ତାଙ୍କୁ ନିର୍ଦ୍ଦୋଷ ଦର୍ଶାଇଛନ୍ତି ଗ୍ରାମାଞ୍ଚଳ ଜେଏମଏଫସି କୋର୍ଟ। ଟାଟା କଂପାନିରେ ଚାକିରି ନାମରେ ଠକେଇ ମାମଲାରେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ଦୋଷମୁକ୍ତ ହୋଇଛନ୍ତି।

ଟାଟା କମ୍ପାନିରେ ନିଯୁକ୍ତି ନାଁରେ ଟଙ୍କା ଠକେଇ ନେଇ ଗୋପାଳପୁରର ପୂର୍ବତନ ବିଧାୟକ ତଥା ବର୍ତ୍ତମାନର ବ୍ରହ୍ମପୁର ସାଂସଦ ପ୍ରଦୀପଙ୍କ ନାମରେ ଅଭିଯୋଗ ହୋଇଥିଲା। ପ୍ରଥମେ କ୍ରାଇମ୍ବ୍ରାଞ୍ଚ ନିକଟରେ ଅଭିଯୋଗ ପରେ କଟକ ସାଇବର୍ ଥାନାରେ ମାମଲା ରୁଜୁ ହୋଇଥିଲା।

Leave A Reply

Your email address will not be published.