thelifelinemedia
Latest Odisha News, Breaking News Today

ପ୍ରବାସୀ ଭାରତୀୟ ଦିବସ:ଓଡିଶାବାସୀଙ୍କ ତରଫରୁ ସ୍ଵାଗତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି ମେଗା ପ୍ରବାସୀ ଭାରତୀୟ ଦିବସ।ଓଡିଶାବାସୀଙ୍କ ତରଫରୁ ସମସ୍ତଙ୍କୁ ସ୍ଵାଗତ କଲେ ମୁଖ୍ୟମନ୍ତ୍ରୀ । ଆପଣ ମାନଙ୍କ ଉପସ୍ଥିତି ଭୁବନେଶ୍ଵର ପାଇଁ ଆଣିଛି ଖୁସିର ଲହରୀ । ଏହି ସମୟ ଆପଣ ମାନଙ୍କ ସ୍ମୃତିରେ ରହିବ। ଏହି କାର୍ଯ୍ୟକ୍ରମ ଆୟୋଜନ ଓଡ଼ିଶା ପାଇଁ ଗର୍ବର ବିଷୟ । ଆପଣ ମାନେ ଆମର ସାଂସ୍କୃତିକ ଆମ୍ବାସଡର । ଆପଣ ମାନେ ଆମର ଗର୍ବ । ଆମର ବିଶ୍ବାସ ଏହି ଅନୁଭୂତିକୁ ବିଶ୍ଵ ଦରବାରରେ ଆପଣ ମାନେ ପହଞ୍ଚାଇବେ ବିକଶିତ ଭାରତ ପାଇଁ ପ୍ରବାସୀ ଭାରତୀୟଙ୍କ ଅନେକ ଅବଦାନ ରହିଛି। କୋଣାର୍କ ସୂର୍ଯ୍ୟ ମନ୍ଦିର, ପୁରୀ ଶ୍ରୀମନ୍ଦିର ସହ ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରନ୍ତୁ ବୋଲି ପ୍ରବାସୀ ଅତିଥି ମାନଙ୍କୁ କହିଲେ ମୁଖ୍ୟମନ୍ତ୍ରୀ । ଆଇଟି ଏବଂ ସ୍କିଲ୍ ଡେଭେଲପମେଣ୍ଟ କ୍ଷେତ୍ରରେ ଓଡ଼ିଶା ଏବେ ଆଗକୁ ବଢୁଛି । ଟେକ୍ନୋଲଜି, ଅକ୍ଷୟ ଶକ୍ତି, ଶିକ୍ଷା ଓ ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶାରେ ବହୁତ ସମ୍ଭାବନା ଅଛି। ଆପଣ ମାନଙ୍କ ଉପଲବ୍ଧି ଆମକୁ ଖୁସି ଦେଇଥାଏ ।

ସେହିପରି ପୁରୀ, କୋଣାର୍କ, ଚିଲିକା ଭଳି ପର୍ଯ୍ୟଟନ ସ୍ଥଳୀ ବୁଲିବା ସହ, ଡାଲମା, ଛେନାପୋଡ଼, ରସଗୋଲା ଭଳି ଓଡ଼ିଆ ଖାଦ୍ୟର ଆନନ୍ଦ ନିଅନ୍ତୁ ବୋଲି କହିଲେ ମୁଖ୍ୟମନ୍ତ୍ରୀ । ଏହା ଦ୍ବାରା ଓଡ଼ିଶା ସହ ଆପଣ ମାନଙ୍କ ସମ୍ପର୍କ ଆହୁରି ମଜବୁତ ହେବ । ଏକାଠି କାମ କଲେ ଆମେ ଆହୁରି ସଶକ୍ତ ହେବା ଏବଂ ବିକଶିତ ଭାରତ ଗଠନ ହେବ । ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମ ଓଡ଼ିଶାର ଆୟୋଜନ କରିବା ପାଇଁ ପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

Leave A Reply

Your email address will not be published.