thelifelinemedia
Latest Odisha News, Breaking News Today

ଆସନ୍ତାକାଲିଠୁ ପୁଣି ଆରମ୍ଭ ହେବ ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ 

ପୁରୀ:ଆସନ୍ତାକାଲି ଠାରୁ ପୁନର୍ବାର ଆରମ୍ଭ ହେବ ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ ।ରତ୍ନ ଭଣ୍ଡାର ଭିତରେ ୨୦ ଫୁଟ୍ ଉଚ୍ଚର ଲୁହା ଭାରା ବନ୍ଧାଯାଇ ଡି ପ୍ଲାଷ୍ଟରିଂ ବା ଚୂନ ଛଡ଼ାଇବା କାର୍ଯ୍ୟ କରାଯାଇଥିଲା।ଅଧିକାଂଶ ଡି ପ୍ଲାଷ୍ଟରିଙ୍ଗ କାର୍ଯ୍ୟ ସରିଛି।ଆସନ୍ତାକାଲି ଠାରୁ ଷ୍ଟୋନ ବା ପଥର ମରାମତି କାର୍ଯ୍ୟ ଆରମ୍ଭ ହେବ।ଆବଶ୍ୟକ ସ୍ଥଳେ ଫାଟ ଥିବା ଫାଟ ଥିବା ପଥର ଗୁଡ଼ିକ ପରିବର୍ତ୍ତନ ହେବ। ଗତ ଡ଼ିସେମ୍ବର ୨୫ ଠାରୁ ଭକ୍ତ ଙ୍କୁ ଗହଳି କୁ ଦୃଷ୍ଟିରେ ରଖି ଭଣ୍ଡାର ମରାମତି କାର୍ଯ୍ୟ ସ୍ଥଗିତ ରହିଥିଲା।ମାର୍ଗଦର୍ଶିକା ଆଧାରରେ ଆସନ୍ତାକାଲି ଦ୍ଵିତୀୟ ଭୋଗ ମଣ୍ଡପ ପରେ ଅର୍ଥାତ୍ ଅପରାହ୍ନ ୧୨ ଟା ୩୦ ଠାରୁ ପ୍ରାୟ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ମରାମତି କାମ କରାଯିବ।

ସୂଚନା ଯୋଗ୍ୟ, ୩ ମାସ ଭିତରେ ରତ୍ନ ଭଣ୍ଡାର ମରାମତି କାମ ସାରିବାକୁ ଲକ୍ଷ୍ୟ ରଖା ଯାଇଛି।

Leave A Reply

Your email address will not be published.