thelifelinemedia
Latest Odisha News, Breaking News Today

ଆସନ୍ତା ଜାନୁଆରୀ ୨ତାରିଖ ପର୍ଯ୍ୟନ୍ତ ରତ୍ନଭଣ୍ଡାର ମରାମତି କାମ ବନ୍ଦ

ପୁରୀ:ଆସନ୍ତା ଜାନୁଆରୀ ୨ ପର୍ଯ୍ୟନ୍ତ ରତ୍ନଭଣ୍ଡାର ମରାମତି କାମ ସ୍ଥଗିତରଖାଯାଇଛି। ନୂଆବର୍ଷ ଉପଲକ୍ଷେ ପ୍ରବଳ ଭକ୍ତଙ୍କ ଭିଡ଼ ସମ୍ଭାବନାକୁ ନେଇ ଏଭଳି ନିଷ୍ପତ୍ତି ନେଇଛି ଶ୍ରୀ ମନ୍ଦିର ପ୍ରଶାସନ।ଇଂରାଜୀ ନବବର୍ଷ ଏବଂ ଛୁଟି ଯୋଗୁଁ ଆଗାମୀ କିଛି ଦିନ ଧରି ଶ୍ରୀମନ୍ଦିରରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଆଗମନ ତଥା ଭିଡ ଅନୁମାନ କରାଯାଉଛି । ତେଣୁ ଠିକଣା ସମୟରେ ନୀତିକାନ୍ତି ସମ୍ପାଦନ ତଥା ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ବ୍ୟବସ୍ଥା କରାଯିବା ଉଦ୍ଦେଶ୍ୟରେ ଆସନ୍ତାକାଲି ଅର୍ଥାତ ୨୫ ତାରିଖ ଠାରୁ ତା ଆସନ୍ତା ୨ ତାରିଖ ପର୍ଯ୍ଯନ୍ତ ରତ୍ନଭଣ୍ଡାର ମରାମତି କାମ ସ୍ଥଗିତ ରଖାଯାଇଛି ।

ତେବେ ପୁଣି ଥରେ ଆସନ୍ତା ୩ ତାରିଖ ଠାରୁ ପୁଣିଥରେ ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଏବଂ ଶ୍ରୀମନ୍ଦିର ପ୍ରଶାସନ ବ୍ୟବସ୍ଥା ଅନୁସାରେ ରତ୍ନଭଣ୍ଡାର ମରାମତି ଆରମ୍ଭ ହେବ । ଏଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।ଇଂରାଜୀ ନବବର୍ଷ ଏବଂ ଛୁଟି ଯୋଗୁଁ ଆଗାମୀ କିଛି ଦିନ ଧରି ଶ୍ରୀମନ୍ଦିରରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଆଗମନ ତଥା ଭିଡ ଅନୁମାନ କରାଯାଉଛି ।

Leave A Reply

Your email address will not be published.