ଖୁବ ଶୀଘ୍ର ଆରମ୍ଭ ହେବ କୁକୁର ବନ୍ଧ୍ୟାକରଣ

ଭୁବନେଶ୍ୱର:ଭୁବନେଶ୍ୱରରେ ଖୁବ ଶୀଘ୍ର ଆରମ୍ଭ ହେବ କୁକୁର ବନ୍ଧ୍ୟାକରଣ। ରାଜଧାନୀରେ କୁକୁର ଆତଙ୍କ ବଢ଼ିଥିବା ନିଜେ ସ୍ବୀକାର କଲେ ଭୁବନେଶ୍ୱର ମେୟର। ଅନେକ ସମୟରେ ଏପରି ମଧ୍ୟ ଦେଖାଯାଇଛି କି, ରାଜଧାନୀ ଗଳି କନ୍ଦିରେ କୁକୁର ମାନେ ଲୋକଙ୍କ ଉପରେ ଆକ୍ରମଣ କରିଥାନ୍ତି । ଯେଉଁଥିପାଇଁ କୁନି ପିଲା ଓ ବୃଦ୍ଧ ବୃଦ୍ଧା ଗୁରୁତର ଆହତ ହୋଇଛନ୍ତି। ତେଣୁ ବଢୁଥିବା କୁକୁରଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି କୁକୁର ବନ୍ଧ୍ୟାକରଣ ଆରମ୍ବ ହେବ।ଦୀର୍ଘ ଦିନ ହେବ କୁକୁର ବନ୍ଧ୍ୟାକରଣ ବନ୍ଦ ଥିବାରୁ ଗଳି ଗଳିରେ କୁକୁରଙ୍କ ସଂଖ୍ୟା ବଢିଥିଲା।
ହାଇକୋର୍ଟରେ ଥିବା ଷ୍ଟେ ଅର୍ଡର୍ ପାଇଁ ବନ୍ଦ ରହିଥିଲା ବନ୍ଧ୍ୟାକରଣ। ଭୁବନେଶ୍ୱରରେ କୁକୁରଙ୍କ ସଂଖ୍ୟା କମେଇବାକୁ ଏଵେ ପ୍ରୟାସ ଆରମ୍ବ ହେବ।ବନ୍ଧ୍ୟାକରଣ ବନ୍ଦ ଥିବାରୁ କୁକୁରଙ୍କ ସଂଖ୍ୟା ବଢିଛି । ଟେନଜ ଖୁବଶୀଘ୍ର କୁକୁର ବନ୍ଧ୍ୟାକରଣ ଆରମ୍ଭ କରିବା ନେଇ କହିଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ।