ଆସନ୍ତାକାଲିଠୁ ରାଜ୍ୟରେ ୨ ଦିନ ବର୍ଷା

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ରାଜ୍ୟରେ ୨ ଦିନ ବର୍ଷା। ପୁଣି ଭିଜିବ ଓଡିଶା। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହାଲୁକା ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଗଂଜାମ, ଗଜପତି,ରାୟଗଡ଼ା,ପୁରୀ, ମାଲକାନାଗିରି ,କୋରାପୁଟ,ଖୋର୍ଦ୍ଧା, ନୟାଗଡ଼,କଟକରେ ହାଲୁକା ବର୍ଷା ସମ୍ଭାବନା ରହିଛି। ଆସନ୍ତାକାଲି ମଧ୍ୟ ଉପକୂଳ ଓଡ଼ିଶାର ଗଞ୍ଜାମ,ଗଜପତି,ରାୟଗଡ଼ା,ପୁରୀ,କଟକ, ଜଗତସିଂହପୁର, ମାଲକାନାଗିରି , କୋରାପୁଟ ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା। ୨୪ ତାରିଖରେ ବର୍ଷା ରହିଥିବା ବେଳେ ୨୫ ତାରିଖରେ କମିବ ବର୍ଷାର ପରିମାଣ। ହାଲୁକା ବର୍ଷା ଉପକୂଳ ଓଡ଼ିଶାରେ ଅର୍ଥାତ୍ ଗଞ୍ଜାମ , ଗଜପତିରେ ହେବା ସମ୍ଭାବନା ରହିଛି।
ଅନ୍ୟପଟେ ବର୍ତ୍ତମାନ ରାଜ୍ୟରେ ଶୀତ ଜାରି ରହିଛି। ଆଗାମୀ ୩ ଦିନ ମଧ୍ୟରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ସେଲସିୟସ କମିବ ବୋଲି ଆଂଚଳିକ ପାଣିପାଗ ବିଭାଗ କହିଛି।