ନୂଆ ବର୍ଷରୁ ମହାପ୍ରଭୁଙ୍କ ଧାଡି ଦର୍ଶନ ବ୍ୟବସ୍ଥା

ପୁରୀ:ନୂଆ ବର୍ଷରୁ ଆରମ୍ଭ ହେବ ମହାପ୍ରଭୁଙ୍କ ଧାଡି ଦର୍ଶନ ବ୍ୟବସ୍ଥା।ଆସନ୍ତା ୧ ତାରିଖରୁ ଶ୍ରୀମନ୍ଦିରରେ ଧାଡି ଦର୍ଶନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟବସ୍ଥା ରହିଛି । ଶ୍ରଦ୍ଧାଳୁ ଗୋଟିଏ ପଟେ ଯିବେ ଓ ଅନ୍ୟପଟେ ବାହାରିବେ । ଏଥିପାଇଁ ଡିସେମ୍ବର ୩୦ ଓ ୩୧ ତାରିଖରେ ଏହାର ଡେମୋ ବା ପରୀକ୍ଷାମୂଳକ ବ୍ୟବସ୍ଥା ଆରମ୍ଭ ହେବ। ଏ ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।
ଜାନୁଆରି ୧ତାରିଖରୁ ନିୟମିତ ଦର୍ଶନ ପ୍ରକ୍ରିୟାକୁ ଶୃଙ୍ଖଳିତ କରାଯିବ । ସାତ ପାହାଚ ଦ୍ୱାର ଦେଇ ପ୍ରବେଶ ଏବଂ ଘଣ୍ଟି ଏବଂ ଗାରଦ ଦ୍ୱାର ଦେଇ ଶ୍ରଦ୍ଧାଳୁ ପ୍ରସ୍ଥାନ କରିବେ । ଘଣ୍ଟି ଦ୍ୱାରରେ ମହିଳା ଏବଂ ବରିଷ୍ଠ ନାଗରିକ ବାହାରିବେ । ଗାରଦ ଦ୍ୱାରରେ ପୁରୁଷମାନେ ଦର୍ଶନ କରି ବାହାରିବାର ବନ୍ଦୋବସ୍ତ କରାଯାଇଛି ବୋଲି ଆଇନ ମନ୍ତ୍ରୀ କହିଛନ୍ତି।