ଦୁଇ ଦିନିଆ ଓଡିଶା ଗସ୍ତରେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା

ଭୁବନେଶ୍ୱର:ଦୁଇ ଦିନିଆ ଓଡିଶା ଗସ୍ତରେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା। ଭୁବନେଶ୍ୱର ବିମାନ ବନ୍ଦର ପହଂଚିବା ପରେ ଆସାମ ମୁଖ୍ୟମନ୍ତ୍ରୀଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ବିମାନ ବନ୍ଦରରେ ପହଂଚିବା ପରେ ସିଧା ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ ହେମନ୍ତ। ପରେ ଭୁବନେଶ୍ୱର ଫେରିଆସି କଳିଙ୍ଗ ଷ୍ଟାଡିୟମ ବ୍ୟାଡ଼ ମିଣ୍ଟନ ହାଇ ପରଫମାନ୍ସ ସେଣ୍ଟର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେବେ।ବ୍ୟାଡ଼ ମିଣ୍ଟନ ଆସୋସିଏସନ ଅଫ ଇଣ୍ଡିଆର ସଭାପତି ଭାବରେ ହେମନ୍ତ ବିଶ୍ୱଶର୍ମା ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କାର୍ଯ୍ୟକ୍ରମରେ ଯୋଗଦେବେ। ଆଜି ଏକ ଘରୋଇ ହୋଟେଲରେ ରାତ୍ରି ଯାପନ କରି ଆସନ୍ତାକାଲି ଆସାମ ଫେରିଯିବେ ହେମନ୍ତ ବିଶ୍ୱଶର୍ମା।