୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ସର୍ବ ସାଧାରଣ ଦର୍ଶନ:ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି

ପୁରୀ:ଆଜି ଶ୍ରୀ ମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବ ସାଧାରଣ ଦର୍ଶନ।ଆଜି ଚତୁର୍ଦ୍ଧା ବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବାକୁ ଥବାରୁ ଏଥପାଇଁ ଶ୍ରୀ ମନ୍ଦିରରେ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ।ରତ୍ନବେଦୀରେ ମହାପ୍ରଭୁଙ୍କର ଏହି ବିଶେଷ ବନକଲାଗି ନୀତି ସମ୍ପର୍ଣ୍ଣ ହେବ। ମଧ୍ୟାହ୍ନ ଧୂପ ସରିବା ପରେ ବନକଲାଗି ନୀତି ଅନୁଷ୍ଠିତ ହେବ। ଦତ୍ତମହାପାତ୍ର ସେବକ ମାନେ ଏହି ବିଶେଷ ନୀତି ସମ୍ପର୍ଣ୍ଣ କରିବେ।
ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ଆଦି ପ୍ରାକୃତିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ। ଏହା ଏକ ସ୍ୱତନ୍ତ୍ର ଓ ବିଶେଷ ନୀତି ଆଜି ସନ୍ଧ୍ୟା ୬ଟା ରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ବନ୍ଦ ରହିବ ଦର୍ଶନ। ପ୍ରାୟ ୪ ଘଣ୍ଟା ଧରି ଏହି ନୀତି ଚାଲିବ ସେଥିପାଇଁ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ । ପରେ ବନକଲାଗି ନୀତି ସରିବା ପରେ ମହାପ୍ରଭୁଙ୍କୁ ମହାସ୍ନାନ କରାଯିବ। ଏହାପରେ ପୁଣି ଥରେ ମହାପ୍ରଭୁଙ୍କ ଦର୍ଶନ କରି ପାରିବେ ଭକ୍ତ ଶ୍ରଦ୍ଧାଳୁ।