ଆରବିଆଇ ଗଭର୍ଣ୍ଣର ଭାବେ ଦାୟିତ୍ୱ ନେଲେ ସଞ୍ଜୟ ମାଲହୋତ୍ରା

ନୂଆଦିଲ୍ଲୀ:ସଞ୍ଜୟ ମାଲହୋତ୍ରା ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ନୂଆ ଗଭର୍ଣ୍ଣର ଭାବେ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି । ୨୬ତମ ଆରବିଆ ଗଭର୍ଣ୍ଣର ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି ସଞ୍ଜୟ ମାଲହୋତ୍ରା। ଆସନ୍ତା ୩ ବର୍ଷ ପାଇଁ ଆରବିଆ ଗଭର୍ଣ୍ଣର ଭାବେ ଦାୟିତ୍ୱ ତୁଲାଇବେ ସେ।ଗତକାଲି ଶକ୍ତିକାନ୍ତଙ୍କ କାର୍ଯ୍ୟକାଳର ଶେଷ ହୋଇଥିଲା। ଏହାପରେ ଆଜି ସଞ୍ଜୟ ମାଲହୋତ୍ରା ନୂଆ ଗଭର୍ଣ୍ଣର ଭାବେ ଦାୟିତ୍ୱ ନେଇଛନ୍ତି।
ରାଜସ୍ଥାନ କ୍ୟାଡେର ଆଇଆଇଏସ ଅଧିକାରୀ ହେଉଛନ୍ତି ସଞ୍ଜୟ ମାଲହୋତ୍ରା। ତାଙ୍କର ଶକ୍ତି , ଅର୍ଥ, ଆଇଟି, ଟ୍ୟାକ୍ସ, ମାଇନ୍ସ ବିଭାଗରେ ଅଭିଜ୍ଞତା ରହିଛି। ଆଗକୁ ଦେଶର ଅର୍ଥନୈତିକ ଅଭିବୃଦ୍ଧି ସହିତ ମୁଦ୍ରାସ୍ଫିତୀ ନିୟନ୍ତ୍ରଣ ତାଙ୍କ ପାଇଁ ଚ୍ୟାଲେଞ ରହିବ।