ଅସହ୍ୟ ହେଲା ପତ୍ନୀ ନିର୍ଯ୍ୟାତନା:ଆତ୍ମହତ୍ୟା କଲେ ଯୁବ ଇଞ୍ଜିନିୟର

ବେଙ୍ଗାଲୁରୁ: ପତ୍ନୀଙ୍କ ନିର୍ଯ୍ୟାତନା ସହି ନପାରି ଆତ୍ମହତ୍ୟା କଲେ ଯୁବ ଇଞ୍ଜିନିୟର ଅତୁଲ ଶ୍ରୀବାସ୍ତବ। ବେଙ୍ଗାଲୁରୁରେ ରହୁଥିବା ୩୪ ବର୍ଷୀୟ ଅତୁଲ ନିଜ ବାସଭବନରେ ଆତ୍ମହତ୍ୟା କରିଛନ୍ତି। ସୁଇସାଇଡ ପୂର୍ବରୁ ଅତୁଲ ଭିଡିଓ ବାର୍ତ୍ତାରେ ପତ୍ନୀଙ୍କ ଅସହ୍ୟ ନିର୍ଯ୍ୟାତନା କଥା ବଖାଣିଛନ୍ତି ତା ସହିତ ୨୪ ପୃଷ୍ଠାରେ ଏକ ସୁଇ ସାଇଡ ନୋଟ ମଧ୍ୟ ଲେଖିଛନ୍ତି। ଯେଉଁଥିରେ ପତ୍ନୀ ଓ ତାଙ୍କ ବାପଘର ଲୋକ ମିଶି କେମିତି ତାଙ୍କୁ ଅତ୍ୟାଚାର କରିଛନ୍ତି ସେ କଥା ଲେଖିଛନ୍ତି।
ଡ଼ିଭୋର୍ସ ପାଇଁ ତାଙ୍କ ପତ୍ନୀ ତାଙ୍କୁ ୩ କୋଟି ଟଙ୍କା ମାଗୁଥିବା ଅତୁଲ ସୁଇସାଇଡ ନୋଟରେ ଉଲ୍ଲେଖ କରିଛନ୍ତି।ଅନେକ ଦିନ ହେବ ପତ୍ନୀଙ୍କଠୁ ମାନସିକ ଓ ଶାରିରୀକ ନିର୍ୟାତନା ପାଇବା ପରେ ଅତୁଲ ଶ୍ରୀବାସ୍ତବ ନାମକ ଯୁବକ ଫାଶୀ ଦେଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏ ଘଟଣାରେ ଏତଲା ପରେ ପୁଲିସ ଛାନଭିନ ଆରମ୍ଭ କରିବା ସହ ସନ୍ଦିଗ୍ଧଙ୍କୁ ନେଇ ଜେରା କରୁଛି।