thelifelinemedia
Latest Odisha News, Breaking News Today

ନିଜ ଦେଶକୁ ଫେରିବେ ଅଟକ ଥିବା ବାଙ୍ଗଲାଦେଶୀ ମତ୍ସ୍ୟଜୀବୀ

ପାରାଦ୍ଵୀପ:ନିଜ ଦେଶକୁ ଫେରିବେ ଅଟକ ଥିବା ବାଙ୍ଗଲାଦେଶୀ ମତ୍ସ୍ୟଜୀବୀ। ଭାରତୀୟ ଜଳ ସୀମାରୁ କୋଷ୍ଟଗାର୍ଡ ଦ୍ବାରା ଅଟକ ରହିଥିବା ୭୮ ଜଣ ବାଙ୍ଗଲାଦେଶୀ ନିଜ ଦେଶକୁ ଫେରିବେ।ଭାରତ ସରକାର ସେମାନଙ୍କୁ କ୍ଷମା କରିଥିବା ବେଳେ ଭାରତୀୟ ଦୁତାବାସ ଓ ବାଙ୍ଗଲାଦେଶ ଦୂତାବାସ ମଧ୍ୟରେ ଆଲୋଚନା ସରିଛି। ବୋଟ୍ ରେ ଥିବା ସମସ୍ତ ବାଙ୍ଗଲାଦେଶୀ ନାଗରିକ ମତ୍ସ୍ୟଜୀବୀ ବୋଲି ଚିହ୍ନଟ ହୋଇଛନ୍ତି। ସେମାନଙ୍କ ନିକଟରେ ଥିବା ସମସ୍ତ କାଗଜପତ୍ର ଠିକ ଅଛି ବୋଲି ସୂଚନା ଦେଇଛନ୍ତି ଜଗତସିଂହପୁର ଏସପି । ମାଛ ଧରିବା ସମୟରେ ସେମାନେ ଭୁଲ୍ ବଶତଃ ଭାରତୀୟ ଜଳ ସୀମାରେ ପ୍ରବେଶ କରିଥିଲେ ବୋଲି ସ୍ବୀକାର କରିଛନ୍ତି ବାଙ୍ଗଲାଦେଶୀ ମତ୍ସ୍ୟଜୀବି।

ଏମାନେ ମାଛ ଧରିବାକୁ ଆସି ଭାରତୀୟ ଜଳ ସୀମା ଭିତରକୁ ପଶି ଆସିଥିଲେ। ଫଳରେ ଦୁଇଟି ବୋଟରେ ଥିବା ୭୮ ବାଙ୍ଗଲାଦେଶୀ ମତ୍ସ୍ୟଜୀବୀ ଅଟକ ରଖାଯାଇଥିଲା। ସମ୍ପୂର୍ଣ୍ଣ ଯାଞ୍ଚ ପରେ ଏଵେ ସେମାନଙ୍କୁ ନିଜ ଦେଶକୁ ଛାଡି ଦିଆଯିବ ବୋଲି ଜଣାପଡିଛି।

Leave A Reply

Your email address will not be published.