thelifelinemedia
Latest Odisha News, Breaking News Today

ଲାଞ୍ଚ ମାମଲାରେ ସିବିଆଇ ରେଡ ପ୍ରସଙ୍ଗ: ପୁଣି ରିମାଣ୍ଡରେ ଗଲେ ତିନି ଅଭିଯୁକ୍ତ 

ଭୁବନେଶ୍ୱର: ପୁଣି ରିମାଣ୍ଡରେ ଗଲେ ଲାଞ୍ଚ କାରବାରରେ ଗିରଫ ହୋଇଥିବା ତିନି ଅଭିଯୁକ୍ତ। ଦ୍ଵିତୀୟ ଥର ପାଇଁ ରିମାଣ୍ଡରେ ଯାଇଛନ୍ତି ତିନି ଅଭିଯୁକ୍ତ ଚଞ୍ଚଳ ମୁଖାର୍ଜୀ, ଦେବଦତ୍ତ ମହାପାତ୍ର, ସନ୍ତୋଷ ମହାରଣା। ହୋଟେଲ ମେ ଫେୟାର ସାମ୍ନାରେ ୧୦ଲକ୍ଷ ଟଙ୍କା ଲାଞ୍ଚ କାରବାରରେ ଏମାନଙ୍କୁ ଗିରଫ କରିଥିଲା ସିବିଆଇ। ଆଜି ଅଭିଯୁକ୍ତମାନଙ୍କର ତିନିଦିନିଆ ରିମାଣ୍ଡ ସରୁଥିଲା। କିନ୍ତୁ ଅଧିକ ଖୋଳତାଡ଼ ପାଇଁ ପୁଣି ଏମାନଙ୍କୁ ରିମାଣ୍ଡ ନେଇଛି ସିବିଆଇ।

ଦଶ ଦିନ ରିମାଣ୍ଡ ପାଇଁ ସିବିଆଇ ଆବେଦନ କରିଥିଲେ। ପାଞ୍ଚ ଦିନ ଅନୁମତି ଦେଲେ ସିବିଆଇ ସ୍ଵତନ୍ତ୍ର କୋର୍ଟ । ଅନ୍ୟପଟେ ଦେବଦତ୍ତ ମହାପାତ୍ରଙ୍କ ଜାମିନ ଆବେଦନ ଖାରଜ ହୋଇଛି। ଦ୍ୱିତୀୟ ଥର ରିମାଣ୍ଡ ସମୟରେ ସିବିଆଇ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିପାରେ ବୋଲି ଅନୁମାନ ହେଉଛି।

Leave A Reply

Your email address will not be published.