thelifelinemedia
Latest Odisha News, Breaking News Today

ସରିଲା ଶୀତ ଅଧିବେଶନ:୧୬ଟି କାର୍ଯ୍ୟ ଦିବସ ପୂର୍ବରୁ ବନ୍ଦ ହେଲା ଶୀତ ଅଧିବେଶନ

ଭୁବନେଶ୍ବର: ଗତମାସ ୨୬ ତାରିଖ ଠାରୁ ଆରମ୍ଭ ହୋଇଥିବା ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ବୁଧବାର ଶେଷ ହୋଇଛି। ଏହି ଅଧିବେଶନ ୧୬ଟି କାର୍ଯ୍ୟ ଦିବସ ପୂର୍ବରୁ ବନ୍ଦ ହୋଇଛି। ଏହା ଡିସେମ୍ବର ୩୧ ତାରିଖ ଯାଏଁ ଚାଲିବାର ଥିଲା। ଏହି ସମୟ ମଧ୍ୟରେ ୩୦ଟି କାର୍ଯ୍ୟଦିବସର ଆୟୋଜନ ହେବାର ଥିଲା। କିନ୍ତୁ ୧୨ଟି କାର୍ଯ୍ୟ ଦିବସ ଅନୁଷ୍ଠିତ ହୋଇଛି। ଅତିରିକ୍ତ ବଜେଟ୍‌ ପାରିତ ହୋଇଛି। ୨ଟି ସରକାରୀ ବିଲ୍‌ ପାରିତ ସହ ୧୦ଟି ବେସରକାରୀ ବିଲ୍‌ ଆଗତ ହୋଇଛି। ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ଆଜି ଅନିର୍ଦ୍ଧିଷ୍ଟ କାର୍ଯ୍ୟକାଳ ପାଇଁ ଗୃହକୁ ମୁଲତବି ରଖିଛନ୍ତି।

ସୂଚନା ଅନୁସାରେ, ବିଧାନସଭାର ଶୀତକାଳୀନ ଅଧିବେଶନ ପାଇଁ କମିସନରେଟ୍ ପୁଲିସ ପକ୍ଷରୁ ୮ଟି ଅସ୍ଥାୟୀ କ୍ୟାମ୍ପ ପ୍ରସ୍ତୁତ କରାଯାଇଥିଲା। ୨୪ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିଲା। ଡିସିପିଙ୍କ ନେତୃତ୍ୱରେ ୮ ଜଣ ଅତିରିକ୍ତ ଡିସିପି, ୨ କମ୍ପାନି ସିଆରପିଏଫ୍, ୨ ୟୁନିଟ୍ ସ୍ପେଶାଲ ଟାକ୍ଟିକାଲ୍ ୟୁନିଟ୍‌, ୪ ପ୍ଲାଟୁନ୍ ଏସଓଜି, ଡଗ୍ ସ୍କ୍ୱାଡ୍, ବୋମା ନିଷ୍କ୍ରିୟକାରୀ ସ୍କ୍ୱାଡ ନିୟୋଜିତ ହୋଇଥିଲେ। ଏହା ସହ ରାଜଧାନୀର ବିଭିନ୍ନ ସ୍ଥାନରେ ସାଦା ପୋଷାକରେ ଗୁଇନ୍ଦା ଅଧିକାରୀଙ୍କୁ ନିୟୋଜିତ କରାଯାଇଥିଲା। ତେବେ ଅଧିବେଶନ ସମୟରେ ଗାନ୍ଧୀ ମାର୍ଗ ଉପରେ କଡ଼ା ସୁରକ୍ଷା ବଳୟ ଏବଂ ସିସିଟିଭି ନଜରରେ ରଖାଯାଇଥିଲା।

Leave A Reply

Your email address will not be published.