ଆଜି ସରୁଛି RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ:ଲେଖିଲେ ଭାବବିହ୍ବଳ ପୋଷ୍ଟ

ନୂଆଦିଲ୍ଲୀ:ଦୀର୍ଘ ୬ ବର୍ଷ ସଫଳତାର ସହ ଦାୟିତ୍ୱ ତୁଲାଇବା ପରେ ସେ ଆଜି ଅବସର ନେଉଛନ୍ତି । ଏନେଇ କାର୍ଯ୍ୟକାଳର ଶେଷ ଦିନରେ ସୋସିଆଲ୍ ମିଡିଆ (ଏକ୍ସ)ରେ ଏକ ଭାବ ବିହ୍ବଳ ପୋଷ୍ଟ ସେୟାର କରିଛନ୍ତି। ବିଦାୟୀ କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସମେତ ସୁନାମଧନ୍ୟ ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।
୨୦୧୮ ଡିସେମ୍ବର ୧୨ ତାରିଖରେ ଦାୟିତ୍ୱ ଗ୍ରହଣ କରିଥିଲେ ଶକ୍ତିକାନ୍ତ ଦାସ। ୨୦୨୧ରେ ତାଙ୍କ କାର୍ଯ୍ୟକାଳ ଆଉ ୩ ବର୍ଷ ବଢ଼ାଇଥିଲେ କେନ୍ଦ୍ର ସରକାର। RBI ଇତିହାସରେ ଦୀର୍ଘକାଳୀନ ଗଭର୍ଣ୍ଣରଙ୍କ ଭିତରୁ ଶକ୍ତିକାନ୍ତ ଦାସ ହେଉଛନ୍ତି ଅନ୍ୟଜଣେ।ତାଙ୍କର ୬ ବର୍ଷର କାର୍ଯ୍ୟକାଳର ଶେଷ ଚାରି ବର୍ଷରେ ଅର୍ଥନୌତିକ ଅଭିବୃଦ୍ଧି ୭ ପ୍ରତିଶତରୁ ଅଧିକ ବଜାୟ ରଖିବାରେ ଶକ୍ତିକାନ୍ତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।