thelifelinemedia
Latest Odisha News, Breaking News Today

ଲୋୟର ପିଏମଜିରେ ଗର୍ଜୁଛନ୍ତି ମହିଳା କର୍ମଚାରୀ: ହଜାର ହଜାର ସଂଖ୍ୟାରେ ବ୍ୟାଙ୍କ ମିତ୍ର, ସିଆରପି ଓ ଏମବିକେ ଏକାଠି 

ଭୁବନେଶ୍ୱର: ଖରା ବର୍ଷା ଓ ଶୀତକୁ ଖାତିର ନାହିଁ। ନିଜ ହକ ପାଇଁ ଲୋୟର ପିଏମଜିରେ ଏକାଠି ହୋଇଛନ୍ତି ବ୍ୟାଙ୍କ ମିତ୍ର, ସିଆରପି ଓ ଏମବିକେ ମହିଳା କର୍ମଚାରୀ। ରାଜ୍ୟର ପ୍ରତ୍ୟେକ ଜିଲ୍ଲାରୁ ହଜାର ହଜାର ସଂଖ୍ୟାରେ ମହିଳା କର୍ମଚାରୀ ଏକାଠି ହୋଇ ସ୍ୱର ଶାଣିତ କରୁଛନ୍ତି। ୯ ମାସ ହେଲା ଦରମା ନାହିଁ। ପାରିଶ୍ରମିକ ବାବଦକୁ ଟଙ୍କାଟିଏ ମିଳୁନି। ପରିବାର କେମିତି ଚଳିବ। ୯ ମାସର ଦରମା ସହିତ ସବୁ ସୁବିଧା ଯାହା ପୂର୍ବରୁ ମିଳୁଥିଲା ଦିଅନ୍ତୁ ବୋଲି ସରକାରଙ୍କ ଆଗରେ ଦାବି ଉପସ୍ଥାପନ କରିଛନ୍ତି।

ଅନ୍ୟପଟେ ମହିଳା କର୍ମଚାରୀଙ୍କ ସ୍ୱରରେ ସ୍ୱର ମିଶାଇଛନ୍ତି ବିଜେଡି ନେତା। ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିଛି ବିଜେଡି। ମହିଳା କର୍ମଚାରୀଙ୍କ ପ୍ରତି ବିଜେପି ସରକାର ଅନ୍ୟାୟ କରିଛି ବୋଲି ବିଜେଡି କହିଛି।

Leave A Reply

Your email address will not be published.