ମୁଁ ରାଜ୍ୟସଭା ରେସରେ ନାହିଁ ଏମିତି କହିଲେ ମନମୋହନ ସାମଲ

ଭୁବନେଶ୍ୱର:ଓଡିଶାରୁ କିଏ ଯିବ ରାଜ୍ୟସଭା ତାକୁ ନେଇ ଚର୍ଚ୍ଚା ବଢିଥିବା ବେଳେ ବଡ ବୟାନ ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। କହିଛନ୍ତି ରାଜ୍ୟସଭା ରେସରେ ମୁଁ ନାହିଁ। ମନମୋହନ ସାମଲ ରାଜ୍ୟସଭା ଯିବା ନେଇ ହେଉଥିବା ଚର୍ଚ୍ଚାରେ ବିରାମ ଲଗାଇ ଛନ୍ତି ନିଜେ ମନମୋହନ। ରାଜ୍ୟସଭା ରେସରେ ସେ ନାହାନ୍ତି ବୋଲି ଖୋଲାଖୋଲି ମନ୍ତବ୍ୟ ଦେଇଛନ୍ତି ମନମୋହନ ସାମଲ। ମୁଁ ରାଜ୍ୟସଭା ରେସରେ ଆଦୌ ନାହିଁ। ତେବେ ରଜ୍ୟସଭା କିଏ ଯିବ ସେନେଇ ପାର୍ଟି ପାର୍ଲିଆମେଣ୍ଟ ବୋର୍ଡ ନିଷ୍ପତ୍ତି ନେବ। ମୋ ନାଁ ନେଇ ଯେଉଁ ଚର୍ଚ୍ଚା ହେଉଛି ଏ ସବୁ କପୋଳକଳ୍ପିତ। ପାର୍ଲିଆମେଣ୍ଟ ବୋର୍ଡ ଏନେଇ ବିଧିବଦ୍ଧ ନିଷ୍ପତ୍ତି ନେବ ବୋଲି ବିଜେପି ରାଜ୍ୟ ସଭାପତି କହିଛନ୍ତି।
ରାଜ୍ୟସଭା ଉପନିର୍ବାଚନ ଲାଗି ବିଧାନସଭାରେ ବିଜ୍ଞପ୍ତି ପ୍ରକାଶ ପାଇଛିି ନାମାଙ୍କନର ଶେଷ ତାରିଖ ଡିସେମ୍ବର ୧୦ ଏବଂ ୧୧ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ । ୧୩ ସୁଦ୍ଧା ପ୍ରାର୍ଥିିପତ୍ର ପ୍ରତ୍ୟାହାର କରିବା ନେଇ ସମୟ ରହିଛି ।ପରେ ୨୦ରେ ଭୋଟ ଗ୍ରହଣ ହେବ । ଓଡିଶା ସମେତ ୪ଟି ରାଜ୍ୟରେ ଖାଲିପଡିଥିବା ପଦବୀରେ ନିର୍ବାଚନ ହେବାକୁ ଯାଉଛି ।