ପୁଅ ବୋହୁକୁ ଜାଳିଦେବା ଘଟଣା : ବୋହୁ ପରେ ଚାଲିଗଲା ପୁଅର ଜୀବନ

କଟକ:ବାରଙ୍ଗରେ ଘଟିଥିବା ଅମାନୁଷିକ କାଣ୍ଡ ପୁଅ ବୋହୁକୁ ଜାଳିଦେବା ଘଟଣାରେ ପୁଅ ଦୀନବନ୍ଧୁର ଜୀବନ ଚାଲିଗଲା।ବାରଙ୍ଗ ବାପା -ପୁଅ ଓ ବୋହୁଙ୍କୁ ନିଆଁ ଲଗେଇ ପୋଡି ମାରିବା ଘଟଣାରେ ପ୍ରଥମେ ବୋହୁର ଜୀବନ ଚାଲି ଯାଇଥିଲା। ଏଵେ ଚିକିତ୍ସାଧୀନ ଅବସ୍ଥାରେ ପୁଅ ଦୀନବନ୍ଧୁର ମୃତ୍ୟୁ ହୋଇଛି।କଟକ ଏସସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପୁଅ ଦୀନବନ୍ଧୁର ମୃତ୍ୟୁ ହୋଇଛି।
ଗତ ଶନିବାର ଦିନ ବାରଙ୍ଗ ବାରସିଂଗା ଗାଁରେ ରାକ୍ଷସ ବାପା ଗୋବର୍ଦ୍ଧନ ପୁଅ ଓ ବୋହୁ ଉପରେ ପେଟ୍ରୋଲ ଢ଼ାଳି ନିଆଁ ଲଗେଇ ଦେଇଥିଲା।ଟଙ୍କା ପାଇଁ ପୁଅ ମନା କରିବାରୁ ସୈତାନ ବାପା ପୁଅ ବୋହୁର ଜୀବନ ନେଇଗଲା।ରବିବାର ଦିନ ବୋହୁ ସସ୍ମିତା ରାଉତଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ଭୋରରୁ ପୁଅ ଦୀନବନ୍ଧୁ ଙ୍କ ମୃତ୍ୟୁ ହୋଇଛି।
ଅନ୍ୟପଟେ ଅଭିଯୁକ୍ତ ବାପା ଗୋବର୍ଦ୍ଧନ ରାଉତଙ୍କୁ ପୋଲିସ ଗିରଫ କରିଛି।ପୋଲିସ ଏ ଦିଗରେ ଛାନଭିନ ଚଳାଇଛି।