thelifelinemedia
Latest Odisha News, Breaking News Today

ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡ଼ନାଭିସ ୩.୦: ତୃତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ 

ମୁମ୍ବାଇ: ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡ଼ନାଭିସ ସରକାର। ତୃତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଦେବେନ୍ଦ୍ର। ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ରାଜ୍ୟପାଳ। ସେହିପରି ଅଜିତ ପାୱାର ଏବଂ ଏକନାଥ ସିନ୍ଦେ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ମୁମ୍ବାଇର ଆଜାଦ ମୈଦାନରେ ଆଜି ଶପଥ ସମାରୋହ ଅନୁଷ୍ଠିତ ହୋଇଥିଲା।ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର, ୯ରୁ ୧୦ ଜଣ କେନ୍ଦ୍ରମନ୍ତ୍ରୀ, ୧୯ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀମାନେ ସାମିଲ ହୋଇଥିଲେ।

କାର୍ଯ୍ୟକ୍ରମରେ ଅନେକ ବଲିଉଡ ଠୁ ଆରମ୍ଭ କରି ଶିଳ୍ପ ଜଗତର ଅନେକ ବ୍ୟକ୍ତି ବିଶେଷ ସାମିଲ ହୋଇଥିଲେ । ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ୩ ହଜାର ୫ଶହ ପୋଲିସ କର୍ମୀ ଓ ୫୨୦ ଅଧିକାରୀ ମୁତୟନ ହୋଇଥିଲେ।

Leave A Reply

Your email address will not be published.