thelifelinemedia
Latest Odisha News, Breaking News Today

ଦେବଗଡ଼ ଓ କେନ୍ଦୁଝର ଜିଲ୍ଲାରେ ସୁନା ଖଣି

ଭୁବନେଶ୍ୱର:ଓଡିଶାରେ ସୁନା ଖଣି।ରାଜ୍ୟର ଦୁଇଟି ଜିଲ୍ଲାରେ ମିଳିଛି ସୁନା ଖଣିର ସନ୍ଧାନ।ଏ ନେଇ ବିଧାନସଭାରେ କହିଛନ୍ତି ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୁତି ଜେନା।ଦେବଗଡ଼ ଜିଲ୍ଲାର ଆଡ଼ାସ- ରାମପଲ୍ଲୀ ଅଂଚଳରେ ସୁନା ଖଣି ସନ୍ଧାନ ମିଳିଛି। ସେହିପରି କେନ୍ଦୁଝର ଜିଲ୍ଲାର ଗୋପୁର-ଗଜିପୁର ଅଞ୍ଚଳରେ ସୁନା ଖଣିର ସନ୍ଧାନ ମିଳିଛି ବୋଲି ବିଧାନସଭାରେ କହିଛନ୍ତି ଖଣି ମନ୍ତ୍ରୀ। ଦେବଗଡ ଜିଲ୍ଲାର ଆଡାସ ରାମପଲ୍ଲୀ ଅଞ୍ଚଳରେ ଭାରତୀୟ ଭୂ-ବୈଜ୍ଞାନିକ ସଂସ୍ଥା ଦ୍ବାରା ଜି-୨ ସ୍ତରରେ ଅନୁସନ୍ଧାନ କାର୍ଯ୍ୟ ସରିଛି। ଆଗକୁ କାମ ବାକି ଅଛି। ଅନ୍ୟପଟେ କେଉଁଝର ଜିଲ୍ଲାର ଗୋପୁର– ଗଜିପୁର ଅଞ୍ଚଳରେ ଜି-୩ ସ୍ତରର ଅନୁସନ୍ଧାନରେ ସନ୍ତୋଷଜନକ ଫଳାଫଳ ବାହାରିବା ଯୋଗୁଁ ସେହି ଅଞ୍ଚଳରେ ଭାରତୀୟ ଭୂ-ବୈଜ୍ଞାନିକ ସଂସ୍ଥା (GSI) ଓ ରାଜ୍ୟ ଖଣି ଓ ଭୂତତ୍ତ୍ଵ ନିର୍ଦ୍ଦେଶାଳୟ ର ସହଭାଗିତାରେ ଜି-୨ ସ୍ତରରେ ଅନୁସନ୍ଧାନ କାର୍ଯ୍ୟ ଚାଲୁ ରହିଛି। ଅନୁସନ୍ଧାନକାରୀ ସଂସ୍ଥାମାନେ ଚୁଡାନ୍ତ ରିପୋର୍ଟ ପ୍ରଦାନ କଲା ପରେ ବୈଷୟିକ କମିଟିର ସୁପାରିସ କ୍ରମେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ବିଧାନସଭାରେ ଲିଖିତ ଉତ୍ତର ରଖିଲେ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା।

Leave A Reply

Your email address will not be published.