ଡିସେମ୍ବର ୨୫ରେ ଖାତାକୁ ଯିବ ସୁଭଦ୍ରା ଟଙ୍କା: ହିତାଧିକାରୀ ପାଇବେ ଚତୁର୍ଥ ପର୍ଯ୍ୟାୟ ଟଙ୍କା

ଭୁବନେଶ୍ୱର: ଡିସେମ୍ବର ୨୫ରେ ମିଳିବ ସୁଭଦ୍ରା ଟଙ୍କା। ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବ ହିତାଧିକାରୀଙ୍କୁ। ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ପଠାଇବାକୁ ଚାଲିଛି ପ୍ରକ୍ରିୟା। ସୂଚନା ଓ ଲୋକସଂପର୍କ ବିଭାଗ ଏ ନେଇ ସୂଚନା ଦେଇଛି। ସେହିପରି କେତେ ଯୋଗ୍ୟ ଓ ଅଯୋଗ୍ୟ ହିତାଧିକାରୀ ଅଛନ୍ତି ସେ ତଥ୍ୟ ଖୁବ ଶୀଘ୍ର ସାମ୍ନାକୁ ଆସିବ।ଡିସେମ୍ବର ୬ ସୁଦ୍ଧା ପ୍ରକାଶ ପାଇବ ଯୋଗ୍ୟ ଅଯୋଗ୍ୟ ତାଲିକା ପ୍ରକାଶ ପାଇବ।
ବ୍ଲକ, ସହରାଞ୍ଚଳ, ମହାନଗରନିଗମ ସ୍ତରରେ ପ୍ରକାଶ ପାଇବ ତାଲିକା। ଏହାପରେ ଆଉ ୭ ଦିନ ପର୍ଯ୍ୟନ୍ତ ଆପତ୍ତି ଗ୍ରହଣ କରାଯିବ।ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଟଙ୍କା ଭୁବନେଶ୍ବରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆରମ୍ଭ କରିଥିଲେ। ଦ୍ବିତୀୟ ପର୍ଯ୍ୟାୟ ଟଙ୍କା ବାରିପଦାରୁ ଯାଇଥିବା ବେଳେ ତୃତୀୟ ପର୍ଯ୍ୟାୟରେ ସୁନ୍ଦରଗଡ଼ରୁ ହିତାଧିକାରୀଙ୍କୁ ଟଙ୍କା ପଠାଇଥିଲେ ମୁଖ୍ୟମନ୍ତ୍ରୀ।