ଦୁନିଆ ଦେଖିଲା ଭାରତୀୟ ନୌ ସେନାର ପରାକ୍ରମ: ପୁରୀ ବେଳାଭୂମିରେ ଯୁଦ୍ଧ ଭ୍ରମ

ପୁରୀ: ବିଶ୍ୱ ଦେଖିଲା ଭାରତୀୟ ନୌ ସେନାର ପରାକାଷ୍ଠା ଓ ପରାକ୍ରମ। ଜଳପଥରେ ରଣ କୌଶଳ ଦେଖାଉଛନ୍ତି ନୌ ବୀର। ଓଡିଶାରେ ପ୍ରଥମ ଥର ନୌ ସେନା ଦିବସ ପାଳିତ ହୋଇଛି। ନୌ ସେନା ଦିବସରେ ଯୁଦ୍ଧ ଭ୍ରମ ସୃଷ୍ଟି ହୋଇଥିଲା ପୁରୀ ବେଳାଭୂମି। ୧୫ ଯୁଦ୍ଧ ଜାହାଜ, ୩୭ ଏୟାର କ୍ରାଫ୍ଟ, ୧ ବୁଡ଼ା ଜାହାଜ ଦେଖାଇଥିଲେ ରଣ କୌଶଳ। ବିଭିନ୍ନ ଯୁଦ୍ଧ କୌଶଳ ଦେଖାଇଛନ୍ତି ନୌ ସେନା ବୀର।
ମୁଣ୍ଡ ଜାମିନ ଥିବା, ପଣବନ୍ଦୀଙ୍କୁ ଉଦ୍ଧାର ସମୟର ଡେମୋ ସହିତ ବେଳାଭୂମିରେ ଯୁଦ୍ଧର କଳା କୌଶଳ ଏବଂ ତିନି ସେନାର ମିଳିତ ସମରକଳା ଉପସ୍ଥିତ ଲୋକଙ୍କ ମାନ ମୋହିଥିଲା।ମେରାଇନ କମାଣ୍ଡୋଙ୍କ ଚିତାକର୍ଷକ ପ୍ରଦର୍ଶନ ବେଶ ଆକୃଷ୍ଟ କରିଥିଲା ଲୋକଙ୍କୁ ଆତ୍ମ ନିର୍ଭର ଭାରତର ଝଲକ ମଧ୍ୟ ଦେଖିବାକୁ ମିଳିଥିଲା ସମର କଳାରେ।ଆକାଶ ପଥରେ ଗର୍ଜନ କରୁଥିଲା ଲଢୁଆ ହେଲିକପଟର।ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନୌ ସେନାର ଯୁଦ୍ଧ କଳା ଦେଖିବା ପାଇଁ ପୁରା ବେଳାଭୂମି ପାଲଟିଥିଲା ଜନ ସମୁଦ୍ର।