thelifelinemedia
Latest Odisha News, Breaking News Today

ହଟିଲା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ସସ୍ପେନ୍ସ: ମୁଖ୍ୟମନ୍ତ୍ରୀ ହେବେ ଦେବେନ୍ଦ୍ର ଫଡନାଭୀସ

ମୁମ୍ବାଇ:ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କିଏ ହେବେ ତାକୁ ନେଇ ହଟିଲା ସବୁ ସସ୍ପେନ୍ସ। ଭାଜପା ଶେଷରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିଛି।ମୁଖ୍ୟମନ୍ତ୍ରୀ ପଦ ଦୌଡ଼କୁ ନେଇ ଲାଗିଥବା ସସ୍ପେନ୍ସ ଉପରେ ପରଦା ହଟିଛି। ଦେବେନ୍ଦ୍ର ଫଡନାଭିସ ମହାରାଷ୍ଟ୍ର କମାଣ ସମ୍ଭାଳିବେ।ଡିସେମ୍ବର ୫ ସନ୍ଧ୍ୟାରେ ଦକ୍ଷିଣ ମୁମ୍ବାଇର ଆଜାଦ ମୈଦାନରେ ନୂଆ ମହାୟୁତି ସରକାରଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥିରେ ଯୋଗ ଦେବେ ବୋଲି ବିଜେପିର ମହାରାଷ୍ଟ୍ର ୟୁନିଟ୍ କହିଛି।

ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ପଦ ସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହା ନେବେ। ଏଵେ ଚିତ୍ର ସ୍ପଷ୍ଟ ହୋଇଛି। ଏକାନଥ ସିନ୍ଦେ ଉପ ମୁଖ୍ୟମନ୍ତ୍ରୀ ହେବା ନେଇ ସମ୍ଭାବନା ରହିଛି। ନିର୍ବାଚନ ଫଳ ବାହାରିବାର ଦୀର୍ଘ ସମୟ ଧରି ମୁଖ୍ୟମନ୍ତ୍ରୀ ପଦକୁ ନେଇ କଳ୍ପନା ଜଳ୍ପନା ଲାଗିରହିଥିଲା। ଏଵେ ସବୁ ଚିତ୍ର ସ୍ପଷ୍ଟ ହୋଇଛି। ବିଜେପି ନେତା ଦେବେନ୍ଦ୍ର ଫଡନାଭିସ ମୁଖ୍ୟମନ୍ତ୍ରୀ ହେବେ।

Leave A Reply

Your email address will not be published.