ଆରଆଇ, ଅମିନ ପରୀକ୍ଷା ବାତିଲ ଦାବିରେ ବିଧାନସଭା ଆଗରେ ଛାତ୍ର କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର:ଆରଆଇ, ଅମିନ ପରୀକ୍ଷା ବାତିଲ ଦାବିରେ ସ୍ୱର ଶାଣିତ କରିଛି ଜାତୀୟ କଂଗ୍ରେସ ଛାତ୍ର।RI,ARI, ଅମିନ,ICDS SUPERVISOR ପରୀକ୍ଷା ବାତିଲ ଦାବିରେ ପରୀକ୍ଷାର୍ଥୀଙ୍କ ସପକ୍ଷରେ ବିଧାନସଭା ଆଗରେ ବିକ୍ଷୋଭ ପ୍ରଦର୍ଶନ କଳା ଜାତୀୟ ଛାତ୍ର କଂଗ୍ରେସ କର୍ମୀ। ବିଧାନସଭା ଭିତରକୁ ଧସେଇ ପଶିବା ପାଇଁ ଉଦ୍ୟମ ବେଳେ ପୋଲିସ ଉଥାଇନେଲା। ଛାତ୍ର କଂଗ୍ରେସ କର୍ମୀଙ୍କ କହିବା କଥା OSSSC ଦ୍ଵାରା ଯେଉଁ ପରୀକ୍ଷା କରାଯାଇଥିଲା ସେଥିରେ ସ୍ବଚ୍ଛତା ନାହିଁ। ସେହିପରି SIFY ନାମକ ଯେଉଁ ସଂସ୍ଥା ଅନଲାଇନ ପରୀକ୍ଷା ପରିଚାଳନା କରୁଥିଲେ ତାହା ଏକ କଳା ତାଲିକାଭୁକ୍ତ ସଂସ୍ଥା। ତେଣୁ ପିଲାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପରୀକ୍ଷା ବାତିଲ କରନ୍ତୁ ଓ ଆଉଥରେ ପରୀକ୍ଷା କରନ୍ତୁ। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିଜ ବିଭାଗ ହୋଇଥିବାରୁ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ।ଆଜି ରାଜଧାନୀ ପ୍ରତିବାଦ ହେଲା, ଆଗକୁ ଗାଁ ଗାଁରେ ଜିଲ୍ଲା ଜିଲ୍ଲାରେ ପ୍ରତିବାଦ ହେବା ନେଇ ଛାତ୍ର କଂଗ୍ରେସ ଚେତାବନୀ ଦେଇଛି।